ଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ। ସେ ଜଣେ ପ୍ରଭାବଶାଳୀ ନେତ୍ରୀ ଏବଂ ରାଜନୀତିରେ ଅତି ପାରଙ୍ଗମ ମହିଳା ଥିଲେ। ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଇନ୍ଦିରା। ତାଙ୍କୁ ଅନ୍ୟ ଏକ ପରିଚୟ ଦେଇଥିଲା ତାଙ୍କ ନିଆରା ଶାଢ଼ି ସିଲେକ୍ସନ।

୧୯୧୭, ନଭେମ୍ବର ୧୯ରେ ଜନ୍ମ ହୋଇଥିଲେ ଇନ୍ଦିରା ଗାନ୍ଧୀ। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଇନ୍ଦିରାଙ୍କ ପ୍ରିୟ ଶାଢ଼ି ବିଷୟରେ, ଯାହା ତାଙ୍କୁ ଅନ୍ୟ ଏକ ପରିଚୟ ଦେଇଥିଲା।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଇନ୍ଦିରା ସମ୍ବଲପୁରୀ ଶାଢ଼ି ପିନ୍ଧିବାକୁ ବେଶୀ ଭଲ ପାଉଥିଲେ। ଚଉଡ଼ା ବର୍ଡର ଆଉ ସୁନ୍ଦର ଡିଜାଇନ୍ ସମ୍ବଲପୁରୀ ଶାଢ଼ି ତାଙ୍କର ବହୁତ ପସନ୍ଦ ଥିଲା। ଏହାଛଡ଼ା ବଗ୍‌ରୁ ପ୍ରିଣ୍ଟ୍‌ ଶାଢ଼ି ବହୁତ ପିନ୍ଧୁଥିଲେ। ଏହି ଶାଢ଼ି ଜୟପୁରରେ ଥିବା ଇନ୍ଦିରାଙ୍କ ମା’ଙ୍କ ଘରୁ ତିଆରି ହୋଇ ଆସୁଥିଲା।

ସବୁବେଳେ ଶାଢ଼ି ପିନ୍ଧିବା ପରେ ମୁଣ୍ଡରେ ଓଢ଼ଣା ଦେବା ଅଭ୍ୟାସ ଥିଲା ତାଙ୍କର।

କେବଳ ରାଜନୀତି ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ଜଣେ ଉଚ୍ଚକୋଟିର ବ୍ୟକ୍ତିତ୍ୱ ଥିଲେ ଇନ୍ଦିରା ୧୯୮୪ ମସିହା, ଅକ୍ଟୋବର ୩୧ତାରିଖରେ ଇନ୍ଦିରାଙ୍କୁ ତାଙ୍କ ସୁରକ୍ଷାକର୍ମୀମାନେ ହତ୍ୟା କରିଥିଲେ।

Comment