ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ମିଶନ ମଙ୍ଗଳ ସଫଳତା ପରେ ଏବେ ବିଦ୍ୟା ବାଲନ ଏକ ଓ୍ୱେବ ସିରିଜ୍‌ରେ ନଜର ଆସିବାକୁ ଯାଉଛନ୍ତି। ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ହେବାକୁ ଯାଉଥିବା ଏକ ଓ୍ୱେବ ସିରିଜ୍‌ରେ ବିଦ୍ୟା ନଜର ଆସିବେ। ଏହି ଓ୍ୱେବ ସିରିଜର ନିର୍ଦ୍ଦେଶନା ରିତେଶ ବାତ୍ରା ଦେବେ। ଏଥିରେ ବିଦ୍ୟା, ନିମରତ୍‌ କୌର, ନବାଜଉଦ୍ଦୀନ ସିଦକୀ ମଧ୍ୟ ଅଭିନୟ କରିବେ।

କିଛି ଦିନ ପୂର୍ବରୁ ବିଦ୍ୟା ନିଜେ ଏହି ଓ୍ୱେବ ସିରିଜର ଖୁଲାସା କରିଥିଲେ। ଏହି ଓ୍ୱେବ ସିରିଜରେ କାମ କରିବାର ସୁଯୋଗ ପାଇଥିବାରୁ ବିଦ୍ୟା ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି।

ସେପଟେ ଅଗଷ୍ଟ ୧୫ରେ ରିଲିଜ ହୋଇଥିବା ମିଶନ ମଙ୍ଗଳ ବକ୍ସ ଅଫିସରେ ଧମାଲ ମଚାଇଛି। ଏଥିରେ ବିଦ୍ୟାଙ୍କର ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଏଥିପାଇଁ ତାଙ୍କୁ ଢ଼େର ପ୍ରଂଶସା ମିଳିଛି। ଏହି ଫିଲ୍ମଟି ମଙ୍ଗଳବାର ୧୦୦ କୋଟି କ୍ଲବରେ ସାମିଲ ହୋଇଛି।

Comment