ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ କଲ୍‌ ବ୍ୟବସ୍ଥାକୁ ନେଇ ଏକ ବଡ଼ ଫିଚର ଆସିଛି। ଏବେ ହ୍ୱାଟ୍ସଆପ୍‌ରେ ୟୁଜର କଲ୍‌-ୱେଟିଂ ସୁବିଧା ପାଇପାରିବେ। ହ୍ୱାଟ୍ସଆପ୍‌ର ନୂଆ ଭର୍ସନର ଅପ୍‌ଡେଟ୍‌ ୨.୧୯.୧୨୦ରେ ଏହି ଫିଚର ଦିଆଯାଇଛି। ଏହି ଫିଚର ଆସିବା ଫଳରେ ୟୁଜର ଆହୁରି ଭଲ ଭାବରେ ହ୍ୱାଟ୍ସଆପ୍‌ କଲିଂର ମଜା ଉଠାଇପାରିବେ।

ସାଧାରଣ ଫୋନ କଲିଂ ଭଳି ହ୍ୱାଟ୍ସଆପ୍‌ରେ କଲ୍‌-ୱେଟିଂ ସୁବିଧା ମିଳିବ। ୟୁଜର ଗୋଟିଏ କଲ୍‌କୁ ହୋଲ୍‌ଡ କରି ଅନ୍ୟ କଲ୍‌ ଉଠାଇପାରିବେ। ତେବେ ଏହି ଅପ୍‌ଡେଟ୍‌ କେବଳ ଆଇଫୋନ୍‌ ପାଇଁ ଆସିଛି। ଆଇଓଏସ୍‌ ୟୁଜର ଏହି ଫିଚରର ସୁବିଧା ଉଠାଇପାରିବେ।

ଏହି ନୂଆ ଅପଡେଟ୍‌ରେ ହ୍ୱାଟ୍ସଆପ୍‌ ଚାଟ୍‌ ସ୍କ୍ରିନ୍‌ ମଧ୍ୟ ନୂଆ ଲାଗୁଛି। ଏହା ବ୍ୟତୀତ ଏଥିରେ ବ୍ରେଲୀ କିବୋର୍ଡ ସୁବିଧା ରହିଛି। ଏହା ଦ୍ୱାରା ଦବ୍ୟାଙ୍ଗ ମଧ୍ୟ ସହଜରେ ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ହ୍ୱାଟ୍ସଆପ୍‌କୁ ଅପ୍‌ଡେଟ୍‌ କରିବାକୁ ପଡ଼ିବ।

Comment