ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଓପୋ ଆସନ୍ତା ମାସରେ ଏହାର Reno 3 5G ସ୍ମାର୍ଟଫୋନ ଲଞ୍ଚ୍‌ କରିପାରେ। ଫୋନ୍‌ର ଲଞ୍ଚ୍‌କୁ ନେଇ ଗତ କିଛି ଦିନଧରି ଚର୍ଚ୍ଚା ଲାଗି ରହିଛି। ଓପୋର ସଭାପତି ବ୍ରାଏନ୍‌ ସେନ୍‌ ମଧ୍ୟ ଏହି ସ୍ମାର୍ଟଫୋନର ବ୍ୟାଟେରୀ ବିଷୟରେ ସୂଚନା ଦେଇଥିଲେ।

ନିକଟରେ Oppo Reno 3 5G ସ୍ମାର୍ଟଫୋନର ଏକ ଫଟୋ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଛି। ଏଥିରେ ପଞ୍ଚ୍‌ ହୋଲ୍‌ ଡିସପ୍ଲେ ଦେଖିବାକୁ ମିଳିଛି। ନିକଟରେ ଭାରତରେ ଲଞ୍ଚ୍‌ ହୋଇଥିବା କଲରଓଏସ୍‌ ୭ ଏହି ସ୍ମାର୍ଟଫୋନ୍‌ରେ ଦିଆଯାଇଛି। ଏହାକୁ ନେଇ ସ୍ମାର୍ଟଫୋନ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ବ୍ରାଏନ୍‌ ସେନ୍‌ ଟୁଇଟରରେ Oppo Reno 3 5G ସ୍ମାର୍ଟଫୋନରେ ୪,୦୨୫ ଏମ୍‌ଏଏଚ୍‌ର ବ୍ୟାଟେରୀ ଥିବା ସୂଚନା ମିଳିଛି। ପୂର୍ବରୁ Reno 2 ସ୍ମାର୍ଟଫୋନରେ ୪୦୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇଥିଲା। ଏଥିରେ ଡୁଅଲ ମୋଡ୍‌ 5G ସେବା ମଧ୍ୟ ରହିବ।

ଏକ ରିପୋର୍ଟ ଅନୁଯାୟୀ, Oppo Reno 3 5G ସ୍ମାର୍ଟଫୋନରେ ୬.୫ ଇଞ୍ଚ୍‌ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଆମୋଲେଡ୍‌ ଡିସପ୍ଲେ ରହିଛି। ଏଥିରେ ସ୍ନାପଡ୍ରାଗନ ୭୩୫ ପ୍ରୋସେସର, ୮ଜିବି ରାମ୍‌ ଏବଂ ୨୫୬ ଜିବି ରୋମ୍‌, ୬୦ ମେଗାପିକ୍ସେଲ ରିୟର କ୍ୟାମେରା, ୩୨ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ମିଳିବ।

Comment