ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଗୁଡ଼ିଆଲବନ୍ଧ ନିକଟରୁ ଏକ ଆହତ ସମ୍ବରକୁ ବନବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ। ସମ୍ବର ଛୁଆଟି ଶିକାରୀମାନଙ୍କ ଧୁନଶର ମାଡ଼ରେ ଆହତ ହୋଇ ଜଳାଶୟ ଭିତରକୁ ପଶିଯାଇଥିଲା।

ଖବର ପାଇ ବନବିଭାଗ କର୍ମଚାରୀମାନେ ସମ୍ବରଟିକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ସମ୍ବରଟିର ମୃତ୍ୟୁ ହୋଇଥିଲା। ମୃତ ସମ୍ବରଟିର ଶବ ବ୍ୟବଚ୍ଛେଦ କରାଯାଇ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ପୋତି ଦିଆଯାଇଥିଲା।

Comment