ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିସେମ୍ଵର ୨୨ରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଶେଷ ଥର ପାଇଁ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ବାରବାଟୀରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ୩୮୧ ରନ୍‌ କରିଥିଲା। ଯାହାକି ବାରବାଟୀରେ ସର୍ବାଧିକ ସ୍କୋର ଭାବେ ରହିଛି।

ଏହି ମ୍ୟାଚ ୧୯ ଜାନୁଆରୀ ୨୦୧୭ରେ ଖେଳାଯାଇଥିଲା। ଏଥିରେ ଭାରତ ୧୫ ରନ୍‌ରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହେବା ପରେ ଯୁବରାଜ ସିଂହ ଓ ଧୋନୀଙ୍କ ଭାଗିଦାରୀ ଦଳକୁ ବିଶାଳ ସ୍କୋର ଅଭିମୁଖେ ନେଇଯାଇଥିଲା। ଏଥିରେ ଯୁବରାଜ ସିଂହ ୧୫୦ ରନ୍‌ କରିଥିବା ବେଳେ ଧୋନୀ ୧୩୪ ରନ୍‌ କରିଥିଲେ। ଫଳରେ ଭାରତ ୫୦ ଓଭରରେ ୩୮୧ ରନ କରିଥିଲା।

୩୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ଚମ୍ତକାର ପ୍ରଦରାଶନ କରିଥିଲା। ଦଳ ପକ୍ଷରୁ ଜାସନ ରଏ ୮୨, ଜଏ ରୁଟ୍‌ ୫୪, ଇୟନ ମୋର୍ଗାନ ୧୦୨ ଓ ମୋଇନ ଅଲ୍ଲୀ ୫୫ ରନ କରିଥିଲ। ଇଂଲଣ୍ଡ ଲଢ଼େଇ କରିବା ସତ୍ତ୍ଵେ ଏହି ମ୍ୟାଚକୁ ହାରିଯାଇଥିଲା। ଦଳ ୫୦ ଓଭରରେ ୩୬୬ ରନ କରିବାକୁ ସକ୍ଷମ ହୋଇଥିଲା।

୨୦୧୭ରୁ ବାରବାଟୀରେ ୩୮୧ ରନ୍‌ ସର୍ବାଧିକ ଦଳୀୟ ସ୍କୋର ହୋଇ ରହିଛି। ଦ୍ଵିତୀୟ ସ୍ରବାଧିକ ଭାବେ ଇଂଲଣ୍ଡର ୩୬୬ ରନ ରହିଛି। ତେବେ ଏହି ଦିନିକିଆରେ ଏହି ରେକର୍ଡକୁ କାଟି ଏକ ନୂଆ ରେକର୍ଡ କରିବା ଲକ୍ଷ୍ୟରେ ରହିବେ ଦୁଇ ଦଳ।

Comment