ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂଆ ନିର୍ଦ୍ଦେଶକ ହେଲେ ବରୁଡ଼ ଭେଙ୍କଟେଶ୍‌ ରାଓ। ମଙ୍ଗଳବାର ସେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବିଭି ରାଓ ପୂର୍ବରୁ ବେଙ୍ଗାଳୁରୁ ବିମାନବନ୍ଦରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ରାଓ କାର୍ଯ୍ୟରେ ଯୋଗ ଦେବାର ପ୍ରଥମ ଦିନରେ ବିମାନ ବନ୍ଦରର ଟର୍ମିନାଲ ପ୍ରଦର୍ଶନ କରିଥିଲେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଥିବା ସୁରେଶ ଚନ୍ଦ୍ର ହୋତା ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ବିଭି ରାଓ ଏହି ଦାୟିତ୍ଵ ତୁଲାଇଛନ୍ତି।

Comment