ଓଡ଼ିଶାଲାଇଭ୍‌ ବ୍ୟୁରୋ

Rayagada

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ):  ଜିଲ୍ଲା ପ୍ରଶାସନ, ଆକସନଏଡ ଓ ୟୁନିସେଫର ମିଳିତ ଉଦ୍ୟାମରେ ରାୟଗଡ଼ା ମିଶନ ଶକ୍ତି ସଭାଗୃହରେ ବାଲ୍ୟ ବିବାହ ରୋକିବା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ୭ଟି ବ୍ଲକର ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆଙ୍କୁ ନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ରୋକିବା ପାଇ ପ୍ରଶାସନ ପକ୍ଷରୁ ସହଯୋଗ ଲୋଡିଥିଲେ।

ବାଲ୍ୟ ବିବାହ ଯୋଗୁଁ ଶିଶୁ ଓ ମାତୃ ମୃତ୍ୟୁହାର ବଢୁଛି। କମ ବୟସର ଶିଶୁ ତଥା କିଶୋର, କିଶୋରୀଙ୍କ ପାଖରେ ନିଜର ଭବିଷ୍ୟତକୁ ନେଇ ଏତେଟା ଜ୍ଞାନ ନଥାଏ। ସଂସାର ଗଢ଼ିବାର ମାନସିକତା ମଧ୍ୟ ନଥାଏ। ତେଣୁ ସେମାନଙ୍କ ବାଲ୍ୟ ବିବାହ କରିବା ଏକ ଅପରାଧ।

Rayagada

୧୮ବର୍ଷର କମ ବୟସରଙ୍କ ବାହାଘର ଯୌନ ଶୋଷଣ ବୋଲି କୁହାଯାଏ। ତେଣୁ ବିବାହ ସମୟରେ ଆଧାରକାର୍ଡ, ଅଙ୍ଗନବାଡି କେନ୍ଦ୍ର ଓ ଜନ୍ମ ପଞ୍ଜିକରଣ ନିକଟରେ ବୟସ ତନଖି କରିବା ଜରୁରୀ। ସମସ୍ତେ ଏସମ୍ପର୍କରେ ସଚେତନା ହେବା ସହ ସମସ୍ତ କିଶୋର, କିଶୋରୀଙ୍କୁ ଅବଗତ କରାଇବା ପାଇଁ କର୍ମଶାଳାରେ ଆଲୋଚନା ହୋଇଥିଲା।

ଏହି କର୍ମଶାଳାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ସୁରେଶ ଚନ୍ଦ୍ର ଦିକ୍ଷିତ, ଚାଟିକଣା ସ୍ୱତନ୍ତ୍ର ଅଧିକାରୀ କୃପାସିନ୍ଧୁ ବେହେରା, ଲାଞ୍ଜିଆସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ୟୁନିସେଫର ସନ୍ତୋଷ କୁମାର ବେହେରା, ମେଡିକାଲର ବି ଛାୟାପତି ପ୍ରମୁଖ ଉପସ୍ଥିତ ଥିଲେ।

Comment