ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ବରଗଡ଼ରେ ଆରମ୍ଭ ହୋଇଛି ପ୍ରସ୍ତୁତି। ମଥୁରା ନଗରୀ ପରେ ଆଜି ଅମ୍ବାପାଲ୍ଲୀ (ଗୋପପୁର)ରେ ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ଉପଜିଲ୍ଲାପାଳ ପ୍ରଭାସ କୁମାର ଦଣ୍ଡସେନା ଏହି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ।

ଗତ ୧ ତାରିଖରେ ବରଗଡ଼ ହାଟପଦାସ୍ଥିତ ସଞ୍ଚାର ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ ହୋଇଥିଲା। ମା’ ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ଧନୁଯାତ୍ରା କମିଟିର କର୍ମକର୍ତ୍ତା, କଳାକାରମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ ବରଗଡ଼ ଜିଲ୍ଲାପାଳ। ଡିସେମ୍ବର ୩୧ରୁ ଜାନୁଆରି ୧୦ ଯାଏଁ ୭୧ତମ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ତୃତୀୟ ବର୍ଷ ପାଇଁ ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରୁଛନ୍ତି।

Comment