ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ କୋରିଆ କମ୍ପାନି ସାମସଙ୍ଗ୍‌ Galaxy A50s ଏବଂ Galaxy A70s ସ୍ମାର୍ଟଫୋନ ଉପରେ ୩ ହଜାର ଟଙ୍କା ଛାଡ଼ କରିଦେଇଛି। ଗ୍ରାହକ ଏହି ଅଫର କେବଳ ଅଫ୍‌ଲାଇନ୍‌ ଷ୍ଟୋରରେ ହିଁ ପାଇପାରିବେ। ଆସନ୍ତା ଡିସେମ୍ବର ୧୩ରୁ ୩୧ ଯାଏଁ ଗ୍ରହକ ଏହି ଅଫରର ଲାଭ ଉଠାଇପାରିବେ। ତେବେ ଅନ୍‌ଲାଇନ୍‌ ଷ୍ଟୋରରେ ଏଭଳି କୌଣସି ଅଫର୍‌ ଦିଆଯାଇନାହିଁ।

ଏହି ଅଫର ସମୟରେ ଗ୍ରାହକ କଳା ରଙ୍ଗର Galaxy A50s ସ୍ମାର୍ଟଫୋନ ୧୯,୯୯୯ ଟଙ୍କାରେ ପାଇପାରିବେ।  4GB+128GB ଭାରିଏଣ୍ଟ ବିଶିଷ୍ଟ ଏହି ସ୍ମାର୍ଟଫୋନର ପ୍ରକୃତ ମୂଲ୍ୟ ହେଉଛି ୨୦,୯୯୯ଟଙ୍କା। ସେହିପରି 6GB+128GB ଭାରିଏଣ୍ଟର ୨୧,୯୯୯ଟଙ୍କା ପରିବର୍ତ୍ତେ ୨୦,୯୯୯ଟଙ୍କାର ମିଳିବ।

ସେହିପରି ଧଳା ରଙ୍ଗର Galaxy A50s ସ୍ମାର୍ଟଫୋନ ଉପରେ ୨ ହଜାର ଟଙ୍କା ଯାଏଁ ଛାଡ଼ ରହିଛି। ୪ଜିବି ରାମ୍‌ ଭାରିଏଣ୍ଟର ମୂଲ୍ୟ ୧୮,୯୯୯ଟଙ୍କାରେ ମିଳୁଥିବା ବେଳେ ୬ ଜିବି ଭାରିଏଣ୍ଟର ମୂଲ୍ୟ ୧୯,୯୯୯ ଟଙ୍କା ରହିଛି। ଅନ୍ୟପକ୍ଷରେ Galaxy A70s ସ୍ମାର୍ଟଫୋନ୍‌ ଉପରେ ଗ୍ରାଡକ ୩ ହଜାର ଟଙ୍କା ଯାଏଁ ରିହାତି ପାଇପାରିବେ।

Galaxy A70s ସ୍ମାର୍ଟଫୋନ୍‌ର ୬ଜିବି ଭାରିଏଣ୍ଟ ବର୍ତ୍ତମାନ ୨୮,୯୯୯ଟଙ୍କା ପରିବର୍ତ୍ତେ ୨୫,୯୯୯ ଟଙ୍କାରେ ମିଳୁଛି। ସେହିପରି ୮ଜିବି ଭାରିଏଣ୍ଟକୁ ଗ୍ରାହକ ୨୭,୯୯୯ ଟଙ୍କାରେ ପାଇପାରିବେ।

Comment