ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍ସଆପ୍, ଟେଲିଗ୍ରାମ ଭଳି ସରକାର ଆଣୁଛନ୍ତି ନୂଆ ମେସେଜିଂ ଆପ୍‌ GIMs। ପରୀକ୍ଷା କରୁଛି ଭାରତୀୟ ନୌସେନା।

ଭାରତ ସରକାର ଆଣୁଛନ୍ତି ଏକ ମଲ୍‌ଟିମିଡିଆ ମେସେଜିଂ ଆପ୍‌ GIMs। ଏହାର ଫୁଲ୍‌ଫର୍ମ ହେଉଛି ଗଭର୍ଣ୍ଣମେଣ୍ଟ ଇନ୍‌ଷ୍ଟାଣ୍ଟ ମେସେଜିଂ ସିଷ୍ଟମ। ହ୍ୱାଟ୍ସଆପ୍ ଏବଂ ଟେଲିଗ୍ରାମ ଭଳି ଏଥିରେ ଆପଣ ନିଜ ବନ୍ଧୁଙ୍କ ସହ ଚାଟିଂ କରିପାରିବେ। ତେବେ ଫରକ କେବଳ ଏତିକି ଯେ, ଏହାର ଭାରତର ନିଜସ୍ୱ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଥିବା ମେସେଜିଂ ଆପ୍‌।

ବର୍ତ୍ତମାନ ଏହି ଆପ୍‌ର ଟେଷ୍ଟି ଚାଲିଛି। ପରୀକ୍ଷାମୂଳକ ଭାବେ GIMs ଆପ୍‌କୁ ପ୍ରଥମେ ଭାରତୀୟ ନୌସେନା ବ୍ୟବହାର କରୁଛନ୍ତି। ବଡ଼ କଥା ହେଲା, ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଏହି ଆପ୍‌ର ଟେଷ୍ଟିଂ କରୁଛି। ବିଭାଗ ପକ୍ଷରୁ ସମସ୍ତ କର୍ମଚାରୀଙ୍କୁ ଏହି ଆପ୍‌କୁ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ଜାତୀୟ ସୂଚନା କେନ୍ଦ୍ରର କେରଳ ୟୁନିଟ୍‌ ପକ୍ଷରୁ GIMs ଆପ୍‌ର ଡିଜାଇନ୍‌ କରାଯାଇଛି। ଏହି ଆପ୍‌କୁ ସରକାରୀ କର୍ମଚାରୀ ଏବଂ ସରକାରୀ ସଂସ୍ଥାର ଅଧିକାରୀମାନେ ଯୋଗାଯୋଗ କରିବା ପାଇଁ ବ୍ୟବହାର କରବେ।

ଚଳିତ ବର୍ଷ ସେପ୍ଟେମ୍ବର ମାସର ଆରମ୍ଭରେ GIMsର ଆଇଓଏସ୍‌ ଭର୍ସନ ଜାରି କରାଯାଇଥିଲା। ଏହା ଆଇଓଏସ୍‌ ୧୧ ଏବଂ ଏହାର ଉପର ଭର୍ସନ ପାଇଁ ରହିଥିଲା। ବର୍ତ୍ତମାନ ଆଣ୍ଡ୍ରଏଡ୍‌ ଆପ୍‌ ପାଇଁ ଏହାର କାମ ଚାଲିଛି। ତେବେ ଖୁବ୍‌ଶୀଘ୍ର ଏହା ଗୁଗୁଲ ପ୍ଲେଷ୍ଟୋରରେ ଉପଲବ୍ଧ ହେବ।

Comment