ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡର ରାଞ୍ଚିରେ ଜଣେ ବିଟେକ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ରାହୁଲ ରାୟଙ୍କୁ ଫାଶୀ ଦଣ୍ଡ ହୋଇଛି। ୧୫ ଡିସେମ୍ଵର ୨୦୧୬ ମସିହାରେ ଜଣେ ବିଟେକ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ତାଙ୍କୁ ଜାଳି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୁଖ୍ୟ ଦୋଷୀଙ୍କୁ ସିବିଆଇର ଏକ ସ୍ଵତନ୍ତ୍ର କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

ଏହା ମାମଲା ଗତ ସେପ୍ଟେମ୍ଵର ୧୯ରେ ସିବିଆଇ ଚାର୍ଜସିଟ୍‌ କରିଥିଲା। ଡିସେମ୍ଵର ୨୦ରେ ରାହୁଲକୁ ଦୋଷୀ ପ୍ରମାଣ କରାଯାଇଥିଲା। ପରେ ଶୁକ୍ରବାର ତାଙ୍କୁ ଫାଶୀ ଦଣ୍ଡ ଶୁଣାଣି ହୋଇଛି।

ସ୍ଵତନ୍ତ୍ର ଜଜ୍‌ ଏକେ ମିଶ୍ରା ଘଟଣାର ତ୍ଵରିତ ଶୁଣାଣି କରିବାକୁ ପ୍ରାଥମିକତା ଦେଇଥିଲେ। ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଏହାର ଶୁଣାଣି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ। ୩୦ ଦିନ ଭିତରେ ଶୁଣାଣି ପ୍ରିକ୍ରିୟା ଶେଷ କରି ଦେଇଥିଲେ।

Comment