ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପରାଜୟ ସ୍ୱୀକାର କରିଛନ୍ତି। ନିଜ ପରାଜୟ ସ୍ୱୀକାର କରି ରଘୁବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସୋମବାର ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ରଘୁବର ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ରାଜ୍ୟବାସୀଙ୍କ ମତାଦେଶକୁ ସ୍ୱୀକାର କରିଛନ୍ତି। ରଘୁବର କହିଛନ୍ତି, “ମୁଁ ଗତ ୫ ବର୍ଷ ଧରି ସଚ୍ଚୋଟତାର ସହ ଝାଡ଼ଖଣ୍ଡବାସୀ ସେବା କରିଛି, ଆଗକୁ ମଧ୍ୟ କରୁଥିବି। ତେବେ ଆଜିର ଏହି ପରାଜୟ ହେଉଛି ମୋର ବ୍ୟକ୍ତିଗତ ହାର୍‌, ଦଳର ନୁହେଁ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୮୧ଟି ସିଟ୍‌ ପାଇଁ ଭୋଟ୍‌ ଗଣନା ଜାରି ରହିଛି। ବର୍ତ୍ତମାନର ଟେଣ୍ଡ୍‌ ଦେଖିବାକୁ ଗଲେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟ ଝାଡ଼ଖଣ୍ଡରେ ବହୁମତ ହାସଲ କରିଛି। ଫଳରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment