ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଲୋକ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକ ମହୋତ୍ସବ କମିଟି ଅଧୀନରେ ପ୍ରତିବର୍ଷ ଜାନୁଆରି ମାସରେ ଏହି ଉତ୍ସବ ପାଳିତ ହୋଇଥାଏ। ୨୩ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ମହୋତ୍ସବକୁ ଲକ୍ଷ ଲକ୍ଷ ଦର୍ଶକ ଆସିଥାନ୍ତି। ଏହା ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବରେ ପରିଣତ ହୋଇଛି।

ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସ୍ଥିର ହୋଇଛି। ଆୟୋଜକଙ୍କ କହିବା ଅନୁଯାୟୀ, ସମଗ୍ର ଦେଶରୁ ଲୋକ ସଂସ୍କୃତି କଳାକାର ଏଥିରେ ଯୋଗ ଦେବେ। ଜାନୁଆରୀ ୪ରୁ ଏହି ଉତ୍ସବ ପାଳିତ ହେଉଥିବା ବେଳେ ଏହା ତିନି ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ସମ୍ବଲପୁର ଏକ ମିନି ଭାରତରେ ପରିଣତ ହେବ ବୋଲି କହିଛନ୍ତି ଆବାହକ ସୌମେନ ପୂଜାରୀ। ଏଥି ସହିତ ବାର୍ଷିକ ପଲ୍ଲିଶ୍ରୀ ମେଳା ବି ଅନୁଷ୍ଠିତ ହେବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment