ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଫ୍ଲିପକାର୍ଟ ତା’ର ଗ୍ରାହକମାନଙ୍କ ପାଇଁ ତିନିଦିନିଆ ଅଫର୍ ସେଲ୍ ଆରମ୍ଭ କରିବାକୁ ଯାଉଛି। ଏହି ଅଫର୍ ସେଲରେ ଗ୍ରାହକମାନେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୮୦ ପ୍ରତିଶତ ରିହାତି ପାଇପାରିବେ।

ଜାନୁଆରି ୧ ରୁ ୩ ତାରିଖ ତିନି ଦିନ ଧରି ଫ୍ଲିପକାର୍ଟରେ ଏହି ଅଫର ଜାରି ରହିବ। ଲୋକମାନେ ଏଥିରେ ବିଭିନ୍ନ ପ୍ରକାର ଅଫରର ଲାଭ ଉଠାଇପାରିବେ। ବିଶେଷକରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଲୋକମାନେ ଦମଦାର ଅଫର୍ ପାଇପାରିବେ।

ସୋନୀ, ଜେବିଏଲ୍ ଆଦି କମ୍ପାନୀର ହେଡଫୋନ୍ ଓ ସ୍ପିକର ଉପରେ ଗ୍ରାହକମାନେ ୭୦ ପ୍ରତିଶତ ରିହାତି ପାଇପାରିବେ। ଏହାସହ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ଗ୍ରାହକମାନେ ଦମଦାର ରିହାତି ପାଇପାରିବେ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

Comment