ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ନିଯୁକ୍ତି ସୁଯୋଗ। ୨୬୦ଟି ନାବିକ ପଦ ପାଇଁ ବାହାରିଲା ବିଜ୍ଞପ୍ତି।

ଭାରତୀୟ ତଟ-ରକ୍ଷକ(Indian Coast Guard)ରେ ଯୋଗ ଦେବା ପାଇଁ ସୁବର୍ଣ୍ଣ ସୁଯୋଗ। ୨୬୦ଟି ନାବିକ(ଜେନେରାଲ ଡ୍ୟୁଟି) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜାନୁଆରି ୨୬ରୁ ଫେବ୍ରୁଆରି ୨ ତାରିଖ ଯାଏଁ ନାବିକ ପଦରେ ଆବେଦନ କରିପାରିବେ।

ପଦବୀ ଓ ସଂରକ୍ଷଣ

ସମୁଦାୟ ୨୬୦ଟି ପଦବୀରୁ ଏସ୍‌ସି ବର୍ଗଙ୍କ ପାଇଁ ୩୩ଟି ରିଜର୍ଭ ଥିବା ବେଳେ ଏସ୍‌ଟିଙ୍କ ପାଇଁ ୧୩ଟି, ଓବିସିଙ୍କ ପାଇଁ ୭୫ଟି, ଇଡବ୍ଲୁସିଙ୍କ ପାଇଁ ୨୬ଟି ଏବଂ ସାଧାରଣ ବର୍ଗଙ୍କ ପାଇଁ ୧୧୩ଟି ପଦ ସଂରକ୍ଷିତ ରହିଛି।

ଶିକ୍ଷାଗତ ଯୋଗ୍ୟତା

ନାବିକ ପଦବୀ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ମାର୍କ ସହ ବିଜ୍ଞାନରେ ଦ୍ଵାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ସେହିପରି ଗଣିତ ଓ ପଦାର୍ଥ ବିଜ୍ଞାନ ବିଷୟ ପ୍ରାର୍ଥୀମାନେ ପାଠ ପଢ଼ିଥିବା ଆବଶ୍ୟକ।

ବୟସ ସୀମା

୧୮ ରୁ ୨୨ ବର୍ଷ ବୟସର ପ୍ରାର୍ଥୀମାନେ ନାବିକ ପଦବୀରେ ଆବେଦନ କରିପାରିବେ।

ଦରମା

ଦରମା ବାବଦକୁ ପ୍ରାର୍ଥୀଙ୍କୁ ୨୧,୭୦୦ ଟଙ୍କା (ପେ’ ଲେଭେଲ୍‌-୩) ଦିଆଯିବ।

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡର ୱେବ୍‌ସାଇଟକୁ ଯାଇ ସେଠାରେ ଆବେଦନପତ୍ର ପୂରଣ କରିପାରିବେ।  ଆବଶ୍ୟକୀୟ ସମସ୍ତ କାଗଜପତ୍ର, ଫଟୋକପି ତଥା ଦସ୍ତଖତର ସ୍କାନ୍‌କପି ଅପ୍‌ଲୋଡ୍‌ କରିବେ।

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା
  • ଫିଜିକାଲ୍‌ ଟେଷ୍ଟ
  • ମେଡିକାଲ୍‌ ଟେଷ୍ଟ

ଏହି ପଦବୀ ସମ୍ବନ୍ଧିତ ସବିଶେଷ ତଥ୍ୟ ପାଇଁ ପ୍ରାର୍ଥୀ www.joinindiancoastguard.gov.in ୱେବ୍‌ସାଇଟ୍‌ ଲଗ୍‌ଅନ୍‌ କରି ପାଇପାରିବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment