ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ଜନ୍‌ଙ୍କ ପାଖରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ଅଫର୍ ରହିଛି। ଆଗାମୀ ଦିନରେ ସତ୍ୟମେବ ଜୟତେ ୨, ଆଟାକ୍‌, ମୁମ୍ବାଇ ସାଗା ଫିଲ୍ମ ରିଲିଜ ହେବାକୁ ଯାଉଛି।

ଏଥିସହ ଖୁବଶୀଘ୍ର ଜନ୍‌ ଅଭିନେତା ଆଦିତ୍ୟ ରାୟ କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ମୋହିତ ସୂରୀଙ୍କ ଫିଲ୍ମ ଏକ ଭିଲେନ୍‌ ୨ରେ ସେ ନଜର ଆସି ପାରନ୍ତି।

ଏହାପୂର୍ବରୁ ମୋହିତ ସୂରୀ ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶମୁଖଙ୍କୁ ନେଇ ଏକ ଭିଲେନର ନିର୍ଦ୍ଦେଶନା ଦେଇଥିଲେ। ଏବେ ଏହି ଫିଲ୍ମର ଦ୍ୱିତୀୟ ଭାଗରେ ଜନ୍‌, ଆଦିତ୍ୟ ରାୟ କୁପର ଅଭିନୟ କରିବେ। ଭୂଷଣ କୁମାର ଓ ଏକତା କପୁର ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ। ଏହି ଫିଲ୍ମରେ ନାୟିକା କିଏ ସାଜିବେ ଏନେଇ ଏଯାଏଁ କିଛି ସ୍ପଷ୍ଟ ହୋଇନି।

Comment