ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୮ରେ ସର୍ବ ଭାରତୀୟ ଧର୍ମଘଟିକୁ ସଫଳ କରିବା ପାଇଁ ଜୟପୁର ଶ୍ରମିକ ଭବନଠାରେ ମିଳିତ କନ୍‌ଭେନ୍‌ସନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୮ ତାରିଖରେ ଦୋକାନ ବଜାର, ବ୍ୟବସାୟୀ ପ୍ରତିଷ୍ଠାନ ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିବ। ତେବେ ମେଡିକାଲ ଭଳି ଅତ୍ୟାବଶ୍ୟକ ସେବା ସଂସ୍ଥାକୁ ବାଦ୍‌ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଶ୍ରମିକମାନଙ୍କ ୧୨ ଦଫା ଦାବୀ ନେଇ ଏହି ଧର୍ମଘଟ ସାରା ଭାରତରେ କରାଯାଉଛି। ଦରଦାମ ନିୟନ୍ତ୍ରଣ, ସର୍ବ ନିମ୍ନ ମାସିକ ମଜୁରୀ ୨୧ ହଜାର ଟଙ୍କା, ସମାନ କାମକୁ ସମାନ ଦରମା, ମାଲିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମ ଆଇନ ସଂଶୋଧନ ବନ୍ଦ, କୃଷି କୃଷକ ଓ କୃଷି ଶ୍ରମିକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ସବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଓ କୃଷକଙ୍କ ଋଣ ଛାଡ଼ କରିବା ଆଦି ଦାବୀ ରହିଛି।

ଏହି ଧର୍ମଘଟକୁ ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୂହ ସମର୍ଥନ କରିଥିବା ଜଣାଯାଇଛି। ଜୟପୁର ସିଟି କୋଡିନେସନ କମିଟି ଦ୍ୱାରା ଆୟୋଜିତ ଏହି କନ୍‌ଭେନ୍‌ସନରେ ନଳୀନି ରଥ ସଭାପତିତ୍ୱ କରିଥିବା ବେଳେ ସିଟି କୋଡିନେସନ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ମହାନ୍ତି ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗୀରଥି ରେଡ୍ଡି, ରାଜେନ୍ଦ୍ର ସାହୁ,  ଯୁଧିଷ୍ଠିର ରାଉଳ, ରାମ କୃଷ୍ଣ ଦାସ  ସହ ସମସ୍ତ ସଂଗଠନ କର୍ମକତ୍ତାମାନେ ଉପସ୍ଥିତ ରହିଥିଲ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment