ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ରଣବୀର କପୁର, ଶ୍ରଦ୍ଧା କପୁରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। କାରଣ ଖୁବଶୀଘ୍ର ଏହି ଯୋଡ଼ିକୁ ପ୍ରଥମ ଥର ପାଇଁ ପରଦାରେ ଦେଖିବେ ଦର୍ଶକ।

ମିଡିଆ ରିପୋର୍ଟ ଅନୁସାରେ ଫିଲ୍ମ ନିର୍ଦ୍ଦେଶକ ଲଭ୍‌ ରଞ୍ଜନ ଏହି ଯୋଡ଼ିଙ୍କୁ ନିଜ ଆଗାମୀ ଫିଲ୍ମ ପାଇଁ ନେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର ଟାଇଟଲ ସ୍ଥିର ହୋଇନାହିଁ। ଫିଲ୍ମର ସୁଟିଂ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ ହେବ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର।

ଏବେ ଶ୍ରଦ୍ଧା ଷ୍ଟ୍ରିଟ ଡ୍ୟାନ୍ସର ଥ୍ରୀଡି ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମପରେ ତାଙ୍କ ସହିତ ଅଭିନେତା ବରୁଣ ଧଓ୍ୱନ ନଜର ଆସିବେ।

Comment