ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ନିର୍ମାଣଧୀନ ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଦିଲ୍ଲୀପ ଖଟେଇଙ୍କୁ ଅଟକ ରଖଯାଇଛି। ସଂସ୍ଥାର କାଗଜପତ୍ର ଯାଞ୍ଚ କରିବା ସହ ଭୁବନେଶ୍ୱର ଡିସିପି ଠିକାଦାର ଦିଲ୍ଲୀପଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି।

ଏୟାରପୋର୍ଟରେ ଟର୍ମିନାଲ-୧ ଏବଂ ଟର୍ମିନାଲ-୨କୁ ଲିଙ୍କ୍‌ କରିବା ପାଇଁ ନିର୍ମାଣ ହେଉଥିବା ଛାତ କାମ କରୁଥିଲା ‘ଦିଲ୍ଲୀପ କନଷ୍ଟ୍ରକସନ’। ଏହି ଠିକାସଂସଥାର ପରିଚାଳନା ନିର୍ଦ୍ଦେଶକ ହେଲେ ଦିଲ୍ଲୀପ ଖଟେଇ।

ଶୁକ୍ରବାର ବିଳମ୍ବିତ ରାତିରେ ବିମାନବନ୍ଦରରେ ଏହି ଅଘଟଣ ଘଟିଥିଲ। ଫଳରେ କିଛି ଶ୍ରମିକ ଫିସିଥିଲେ। ସେମାନଙ୍କ ଭିତରୁ ଜଣେ ଗୁରୁତର ହୋଇଥିଲେ। ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comment