ଓଡ଼ିଶାଲାଇଭ୍‌ ବ୍ୟୁରୋ

ତପ୍ତପାଣି ଘାଟିରୁ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ସରିଲା ଉଦ୍ଧାର କାର୍ଯ୍ୟ। ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରିଛି।

ମୃତକ ମାନେ ହେଲେ ସୁନିଲ ନାୟକ, ରମେଶ ବେହେରା, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ଅନ୍ୱେଷା ମହାପାତ୍ର, କରିସ୍ମା ନାୟକ, ସୁବାସିନି ମହାରଣା ଓ ବିଦ୍ୟୁତ୍‌ ନାୟକ ବୋଲି ଜଣାପଡ଼ିଛି।

ତେବେ ଦୁର୍ଘଟଣାଗ୍ରସ୍ତ ବସ୍‌ର ଡ୍ରାଇଭର୍‌ ଓ ହେଲପର ଫେରାର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳବାହିନୀର ୫ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ।

ରାୟଗଡ଼ା କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ‘ମୋହନା’ ନାମକ ଯାତ୍ରୀବାହୀ ବସ୍‌ ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍‌ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍‌ଟି ଘାଟିରୁ ତଳକୁ ଖସି ପଡ଼ିଥିଲା।

Comment