ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଅନଲାଇନରେ ହେବ ଓଜେଇଇ ପରୀକ୍ଷା। ଅଫଲାଇନ୍ ବଦଳରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଶୁକ୍ରବାର ଏନେଇ ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି

ସେ କହିଛନ୍ତି ଯେ ଓଜେଇଇ ଆପେକ୍ସ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ମେ’ ମାସ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା ହେବ ବୋଲି ସେ କହିଛନ୍ତି।

ଗତବର୍ଷ କେବଳ ପିଜି ପାଠ୍ୟକ୍ରମରେ ସିବିଟି ପଦ୍ଧତି ଲାଗୁ ହୋଇଥିଲା।

Comment