ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁର୍ଘଟଣାର ୧୪ ଦିନ ପରେ ମେଡିକାଲରୁ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି ବଲିଉଡ ଅଭିନେତ୍ରୀ ଶାବନା ଆଜମୀ। ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ସୁସ୍ଥ ହେବା ପରେ ମେଡିକାଲ ଷ୍ଟାଫ୍‌ ଓ ଅନ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାବନା।

ଜାନୁଆରି ୧୮ରେ ମୁମ୍ବାଇ-ପୁନେ ରାସ୍ତାରେ ଶାବନାଙ୍କ କାର୍‌ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶାବନା ଓ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

Comment