ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଡଙ୍ଗାବୁଡ଼ି ଘଟଣା ପରେ ଚେତିଲା ପ୍ରଶାସନ। ଏଥର ସମସ୍ତ ଡଙ୍ଗାର କାଗଜପତ୍ର ଯାଞ୍ଚ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାସହ କାଲି ଯାତ୍ରୀ ନେଇ ଯାଇଥିବା ୩ ଡଙ୍ଗା ମାଲିକଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଛି।

ରବିବାର ଚିଲିକାରେ ଡଙ୍ଗା ବୁଡ଼ିବା ପରେ ବାଲୁଗାଁ ଫିସେରୀ ଡିଏଫ୍‌ଓଙ୍କ କାର୍ଯ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ତହସିଲଦାର, ଡିଏଫ୍‌ଓ, ଆଇଡବ୍ଲୁଡି ଇଞ୍ଜିନିୟର ଓ ସିଡିଏଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ରବିବାର ଚିଲିକାରେ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଥିଲା। ଏଥିରେ ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାଳୀଜାଇରୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

Comment