ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆସନ୍ତା ୮ ତାରିଖ ଯାଏଁ ବର୍ଷା ସମ୍ଭାବନା। ସୋମବାର ଓ ମଙ୍ଗଳବାର ଗଞ୍ଜାମ, ରାୟଗଡ଼ା, କୋରାପୁଟ, ବଲାଙ୍ଗିର, ନୂଆପଡ଼ା, କନ୍ଧମାଳରେ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୫ ଫେବ୍ରୁଆରିରେ ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। କନ୍ଧମାଳ, ଗଜପତି, ରାୟଗଡ଼ା, ନୟାଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ବୌଦ୍ଧ ଓ ସମ୍ବଲପୁରରେ ବର୍ଷା ହେବ।

୬ ତାରିଖରେ ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ହେବ। ଏହାସହ ଫେବ୍ରୁଆରି ୭ ଓ ୮ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ ସମେତ ୧୭ଟି ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment