ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ବ୍ୟକ୍ତିର କିଛି ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ, ସେମାନେ ଡାକ୍ତରଙ୍କ ପାଖକୁ ନଯାଇ କେବଳ ମେଡିସିନ୍ ଷ୍ଟୋରରୁ ବଟିକା ଆଣି ଖାଇଦେଇଥା’ନ୍ତି। କେତେକ କ୍ଷେତ୍ରରେ ସିଧାସଳଖ ମେଡିସିନ୍‌ ଷ୍ଟୋରରୁ କିଣିଥିବା ମେଡିସିନ୍‌ ରୋଗ ଭଲ କରି ଦେଉଥିବା ବେଳେ କେତେକ ସ୍ଥାନରେ ଏହା ଦେହକୁ ଆହୁରି ଅଧିକ ଖରାପ କରିଦେଇଥାଏ। ତେଣୁ, ମେଡିସିନ୍ କିଣିବା ସମୟରେ କେତେକ ଦିଗ ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ। ନଚେତ୍ ଏହା ଆପଣଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ହୋଇପାରେ।

ମେଡିସିନ୍ କିଣିବା ବେଳେ ଧ୍ୟାନରେ ରଖନ୍ତୁ

ଯଦି କୌଣସି ମେଡିସିନର ଖୋଳରେ ଲାଲ ରଙ୍ଗର ଲାଇନ୍ ରହିଥାଏ। ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଏହି ମେଡିସିନ୍ ଖାଇବା ଆପଣଙ୍କ ପାଇଁ ବିପଦ ହୋଇପାରେ। କେବଳ ଡାକ୍ତରଙ୍କ ପରାମର୍ଶ ପରେ ଯାଇ ହିଁ ଏହି ମେଡିସିନ ଖାଇବା ଉଚିତ୍।

ସେହିପରି, ଯଦି ମେଡିସନ୍ ଖୋଳ ଉପରେ RX ମାର୍କ ଅଛି, ତେବେ ଏହି ଔଷଧ ମଧ୍ୟ ଆପଣ କୌଣସି ଡାକ୍ତରଙ୍କୁ ଦେଖାକରି ହିଁ ଖାଆନ୍ତୁ। ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହି ଔଷଧ ଖାଇବା ଉଚିତ୍‌।

କେତେକ ଔଷଧ ପ୍ୟାକେଟ ଉପରେ XRx ଚିହ୍ନ ମଧ୍ୟ ରହିଥାଏ। ଏହି ଔଷଧ କେବଳ ଡାକ୍ତରଙ୍କ ପାଖରେ ଉପଲବ୍ଧ ଥାଏ। ଏହି ଚିହ୍ନ ଥିବା ଔଷଧ କୌଣସି ଅଲଗା ସ୍ଥାନରୁ ଆଣି ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସାଜିପାରେ।

Comment