ଓଡ଼ିଶାଲାଇଭ୍‌ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀରେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ବେଶ୍‌ ଜରୁରୀ। ଖାଦ୍ୟ ପାନୀୟରେ ଧ୍ୟାନ ନ ଦେଲେ ଏହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ। ସବୁବେଳେ ବ୍ରେକ୍‌ଫାଷ୍ଟ ସ୍ୱାସ୍ଥ୍ୟକର କରିବା ଜରୁରୀ। ହେଲେ କିଛି ଲୋକ ସକାଳୁ ଖାଲି ପେଟରେ ଏମିତି କିଛି ଖାଦ୍ୟ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆସନ୍ତୁ ଜାଣିବା ଖାଲି ପେଟରେ କ’ଣ ଖାଇବା ଉଚିତ ନୁହେଁ।

କନ୍ଦମୂଳ

ସ୍ୱାସ୍ଥ୍ୟ ପାଇଁ କନ୍ଦମୂଳ ବେଶ୍‌ ଭଲ। ହେଲେ ଖାଲିପେଟରେ କନ୍ଦମୂଳ ଖାଇଲେ ଗ୍ୟାସ୍‌ ଜନିତ ସମସ୍ୟା, ଏସିଡ୍‌ର ସମସ୍ୟା ଦେଖାଦିଏ।

କ୍ଷୀର ସହ କଦଳୀ

ପ୍ରାୟ ଲୋକ ଓଜନ ବଢ଼ାଇବା ପାଇଁ କ୍ଷୀର ସହ କଦଳୀ ଖାଇଥା’ନ୍ତି। ଖାଲିପେଟରେ କ୍ଷୀର ସହ କଦଳୀ ଖାଇଲେ ପେଟ ଭାରୀ ଭାରୀ ଲାଗିବା ସହ ବଦହଜମୀ, ଗ୍ୟାସ୍‌ ଓ ଏସିଡ୍‌ ସମସ୍ୟା ହୋଇଥାଏ।

ଟମାଟୋ

ଟମାଟୋ ଶରୀର ପାଇଁ ବେଶ୍‌ ଲାଭଦାୟକ। ହେଲେ ଖାଲିପେଟରେ ଏହାକୁ ଖାଇବା ଦ୍ଵାରା ଏଥିରେ ଥିବା ଖଟାପଣ ପେଟରେ ଗ୍ୟାସ୍‌ କରିଥାଏ।

ମଦ

ଖାଲିପେଟରେ ମଦ ପିଇବା ଦ୍ୱାରା ନିଶା ଜଲଦି ହୋଇଯାଏ। ଏହାର ଖରାପ ପ୍ରଭାବ ଆପଣଙ୍କ ଲିଭର ଉପରେ ପଡ଼ିଥାଏ।

Comment