ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଟ୍ରେନରେ ଯିବା ଆସିବା କରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ମାଧ୍ୟମ ବୋଲି ଅନେକ କହନ୍ତି। ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଥିବେ ତେବେ ନିଶ୍ଚୟ ଦେଖିଥିବେ ଯେ ଟ୍ରେନ ଡୋର୍‌ ପାଖରେ ଲାଗିଥିବା ଝରକାଗୁଡ଼ିକ ଅନ୍ୟ ଝରକାଠାରୁ ଟିକିଏ ଭିନ୍ନ।

ଏହି ଝରକାରେ କମ୍‌ ବ୍ୟବଧାନ ଭିତରେ ଅନେକ ଗୁଡ଼ିଏ ଲୁହା ରଡ୍‌ ଲାଗିଥିବାର ଆପଣ ଲକ୍ଷ୍ୟ କରିଥବେ। ହେଲେ ଜାଣିଛନ୍ତି ଏହା ପଛର କାରଣ କ’ଣ। ସାଧାରଣତଃ ଟ୍ରେନ ଡୋର୍‌ ପାଖ ଝରକା ଦେଇ ଅନେକ ଚୋରି ହୋଇଥାଏ।  ଚୋର ଏହି ଝରକାରେ ହାତ ପୂରାଇ ଯାତ୍ରୀଙ୍କ ଜିନିଷ ଚୋରି କରି ନେଇଥାନ୍ତି।

ଖାସ କରି ରାତି ସମୟରେ ଯେତେବେଳେ ଯାତ୍ରୀମାନେ ଶୋଇ ପଡ଼ନ୍ତି ସେତେବେଳେ ଝରକା ବାଟ ଦେଇ ଚୋର ଚୋରି କରିଥାନ୍ତି। ଏହି ଚୋରି ରୋକିବା ପାଇଁ ଏହି ଝରକାରେ ବେଶୀ ରଡ୍‌ ଲାଗିଥାଏ। ଫଳରେ ଝରକାରେ କମ୍‌ ଗ୍ୟାପ ରହିଥାଏ। ଚୋର ଏହି ଝରକାରେ ହାତ ପୂରାଇ ଚୋରି କରିବାରେ ଅସଫଳ ହୋଇଥାନ୍ତି।

Comment