ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଡେଭେଲପମେଣ୍ଟ ଅଥରିଟି ପକ୍ଷରୁ ସର୍ବକ୍ଷମା ଯୋଜନା ସମୟସୀମା ଫେବ୍ରୁଆରି ୨୦କୁ ବୃଦ୍ଧି କରାଯାଇଛି। ବେଆଇନଭାବେ ନିର୍ମିତ କୋଠାବାଡିକୁ ନିୟମିତ କରିବା ଲାଗି ଏହି ଯୋଜନା କରାଯାଇଛି।

ସମୟସୀମା ଅତିକ୍ରାନ୍ତ ହେଲେ ବେଆଇନଭାବେ ନିର୍ମିତ କୋଠାବାଡି ସକାଶେ ଦୃଢ ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁର ଡେଭେଲପମେଣ୍ଟ  ଅଥରିଟି ପକ୍ଷରୁ ଶନିବାର କୁହାଯାଇଛି।

ଇତିମଧ୍ୟରେ ବିଭିନ୍ନ କୋଠାବାଡି ପ୍ଲାନ ମଞ୍ଜୁରୀ ପାଇଁ ବ୍ରହ୍ମପୁର ଡେଭେଲପମେଣ୍ଟ  ଅଥରିଟି ନିକଟରେ ବହୁ ଆବେଦନ ପତ୍ର ପଡ଼ିରହିଛି ଓ ଏଥିପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି। ପ୍ରକ୍ରିୟା ଆରମ୍ଭ ଲାଗି ଜନସାଧାରଣଙ୍କୁ ଆବଶ୍ୟକୀୟ କାଗଜପତ୍ର ଧରି ବ୍ରହ୍ମପୁର ଡେଭେଲପମେଣ୍ଟ ଅଥରିଟି ଅଫିସ ଆସିବାକୁ କୁହାଯାଇଛି।

ଇତିମଧ୍ୟରେ ବର୍ଷାଜଳ ଉପଯୋଗ ଲାଗି ଯେଉଁ କୋଠାବାଡିଗୁଡିକରେ ବ୍ୟବସ୍ଥା ନାହିଁ ସେଗୁଡ଼ିକ ବିରୋଧରେ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଆରମ୍ଭ କରାଯାଇଛି। ୧୫୦୦ ଘରକୁ ଏହି ବ୍ୟବସ୍ଥା ୩ ମାସ ମଧ୍ୟରେ ଉପଯୋଗ ଲାଗି ନୋଟିସ ପଠାଯାଇଥିଲା। ଅନ୍ୟ ଘରଗୁଡିକୁ ନୋଟିସ ପଠାଯାଉଛି।

Comment