ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ମନଇଚ୍ଛା ବର୍ଷିଛନ୍ତି। ସିଏଏକୁ ନେଇ ଦିଲ୍ଲୀ ଜଳୁଥିବା ବେଳେ ଶାହ ଭୁବନେଶ୍ୱରର ଆସି ଭାଷଣ ଦେବା ଲଜ୍ଜାଜନକ ବୋଲି ସୁର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

‘‘କଂଗ୍ରେସ ଅମଳରେ ସବୁକିଛି ହୋଇଛି। ରାସ୍ତାଘାଟର ବିକାଶ, ବିଜୁଳି ସଂଯୋଗ, ଗରୀବ ଲୋକଙ୍କୁ ଜମି କଂଗ୍ରେସ ସରକାର ଅମଳରେ ହିଁ ମିଳିଛି। ବିଜେପି କେବଳ ବାହାସ୍ଫୋଟ ମାରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ। ତାହା କୁଆଡ଼େ ଗଲା? ଯୁବକଙ୍କୁ ନିଯୁକ୍ତି ମିଳୁ ନଥିବା ବେଳେ ଶାହ ଏଠି ବାହାସ୍ଫୋଟ ମାରିବା ଲଜ୍ଜାଜନକ’’, କହିଛନ୍ତି ସୁର ରାଉତରାୟ।

ସୁର ଆହୁରି କହିଛନ୍ତି, ‘‘ଧର୍ମ ନାଁରେ ବିଜେପି ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ବସିଛି। ଭାରତ ହେଉଛି ଶାନ୍ତିର ଦେଶ। ଏଠି ସବୁ ଧର୍ମର ଲୋକଙ୍କର ସମାନ ଅଧିକାର ରହିଛି। ଧର୍ମକୁ ନେଇ ରାଜନୀତିକୁ କଲେ ଏହାକୁ ବରଦାସ୍ତ କରାଯିବନି।’’

ନବୀନ ଏବଂ ମମତା ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇ ରହିଛନ୍ତି। ତାଙ୍କ ମୁଣ୍ଡରେ ସିବିଆଇ ଖଣ୍ଡା ଝୁଲୁଛି। ସେଥିପାଇଁ ଶାହଙ୍କୁ ଡାକି ନବୀନ ଓ ମମତା ଏକାଠି ହୋଇଥିଲେ ବୋଲି ସୁର କହିଛନ୍ତି।

Comment