ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ନୂଆ ଲୁକରେ ନଜର ଆସିଲେ ବଲିଉଡର ମିଷ୍ଟର ପରଫେକ୍ଟ ଅମୀର ଖାନ୍। ସେ ଜଣେ ଆର୍ମି ଅଫିସର ଗେଟଅପରେ ନଜର ଆସିଛନ୍ତି।

ଅମୀରଙ୍କ ଏହି ଗେଟଅପ୍ ତାଙ୍କର ଅପକମିଙ୍ଗ୍ ଫିଲ୍ମ ଲାଲ୍ ସିଂହ ଚଡ୍ଡାର ବୋଲି କୁହାଯାଉଛି। କାରଣ ଏହି ଫିଲ୍ମରେ ଅମୀର ଅନେକ ଭିନ୍ନ ଭିନ୍ନ ଗେଟଅପରେ ନଜର ଆସିପାରନ୍ତି ବୋଲି କୁହାଯାଉଛି। ଅମୀରଙ୍କ ଏହି ଫଟୋକୁ ସୋସିଆଲ୍ ମିଡିଆରେ ଦର୍ଶକମାନେ ବେଶ୍ ପସନ୍ଦ କରିବା ସହିତ ଫିଲ୍ମ ଲାଲ୍ ସିଂହ ଚଡ୍ଡାକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି।

ଅମୀରଙ୍କ ଅଭିନୀତ ଫିଲ୍ମ ଲାଲ୍ ସିଂହ ଚଡ୍ଡାରେ ଦର୍ଶକମାନେ ଅମୀରଙ୍କ ସହିତ କରୀନା କପୁରଙ୍କୁ ମଧ୍ୟ ଦେଖିବାକୁ ପାଇବେ। ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ ଫରିଷ୍ଟର ହିନ୍ଦୀ ରିମେକ୍। ଏହା ପୂର୍ବରୁ ଦୁହେଁ ଥ୍ରୀ ଇଡିୟଟସ୍ ଫିଲ୍ମରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏହି ଫିଲ୍ମକୁ ଦେଖିବାକୁ ଦର୍ଶକମାନେ ମଧ୍ୟ ଅନେଇ ବସିଛନ୍ତି।

Comment