ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପ୍ରିଜନ (ବନ୍ଦୀ) ଏକାଡେମୀ କାର୍ଯ୍ୟକ୍ଷମ ହେବା ଉପରେ। ଜେଲ କର୍ମଚାରୀ ଓ ସଂପୃକ୍ତ ବିଭାଗର କର୍ମଚାରୀମାନଙ୍କୁ ଗୁଣାତ୍ମକ ଟ୍ରେନିଂ ଦେବା ଏହି ଏକାଡେମୀର ଉଦ୍ଦେଶ୍ୟ। ଏହି ଏକାଡେମୀର ନାମ ରଖାଯାଇଛି ମହାତ୍ମା ଗାନ୍ଧୀ ଏକାଡେମୀ ଅଫ ପ୍ରିଜନ୍ସ ଆଣ୍ଡ କରେକ୍ସନଲ ସର୍ଭିସେସ୍‌। ଭୁବନେଶ୍ୱରରେ ହିଁ ଏହି ଏକାଡେମୀର ମୁଖ୍ୟ କାର୍ଯ୍ୟାଳୟ ରହିଛି।

ଏକାଡେମୀ ପାଇଁ ଜାମୁଝରୀଠାରେ ୪୭ ଏକର ଜମିରେ ଏକ କୋଠା ନିର୍ମାଣ ଶେଷ ହୋଇଛି। ବ୍ରହ୍ମପୁରରେ ଥିବା ବର୍ତ୍ତମାନର ଓଡ଼ିଶା ଜେଲ ଟ୍ରେନିଂ ସ୍କୁଲକୁ ଏହି ଏକାଡେମୀ ସହିତ ମିଶାଇ ଦିଆଯିବ। ତେବେ ବ୍ରହ୍ମପୁର ଜେଲ ଟ୍ରେନିଂ ସ୍କୁଲ ଦ୍ଵିତୀୟ କ୍ୟାମ୍ପସ ରୂପେ କାମ କରିବ। ଚଳିତ ମାସରୁ ହିଁ ପ୍ରିଜନ ଏକାଡେମୀ କାର୍ଯ୍ୟ ଆରମ୍ଭ ଜରିବ।

ଜେଲ ବିଭାଗରେ କାର୍ଯ୍ୟରତ ଅଧିକାରୀ ଓ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ଏଠି ନୂଆ ନୂଆ ତାଲିମ ଦିଆଯିବ। ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ କହିଛନ୍ତି ଯେ, ଜେଲ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବା ପାଇଁ ୨୦୧୦ ମସିହାରେ ଓଡ଼ିଶା ସରକାର ଏହି ଏକାଡେମୀ ପ୍ରତିଷ୍ଠା ବିଷୟ ଘୋଷଣା କରିଥିଲେ।

Comment