ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ପୁଣି କେରଳ ଓ କର୍ଣ୍ଣାଟକରେ ୯ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି।

ଆଜି କେରଳରେ ୬ ଜଣ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୩ ଜଣା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ନୂଆ କୋରୋନା ରୋଗୀଙ୍କୁ ସ୍ୱତନ୍ତ୍ର ଓ୍ୱାର୍ଡରେ ରଖି ଚିକିତ୍ସା ଦିଆଯାଉଛି।

ଅନ୍ୟପଟେ କୋରୋନାରେ ମୃତ୍ୟୁସଂଖ୍ୟା ୪ ହଜାର ଡେଇଁଲାଣି। ଏହି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩,୦୦୯ ରେ ପହଞ୍ଚିଛି।

ଇଟାଲୀରେ ସର୍ବାଧିକ ୪୬୩ ଜଣ ମୃତ୍ୟୁ ଘଟିଥିବା ବେଳେ ଇରାନ୍‌ରେ ୨୩୭, ଆମେରିକାରେ ୨୬, ଦକ୍ଷିଣ କୋରିଆରେ ୫୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଛି।

Comment