ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୧ରେ ରିଲିଜ ହେବ ଫିଲ୍ମ ‘ଏକ ଭିଲେନ’ର ସିକ୍ୱେଲ ‘ଏକ ଭିଲେନ ୨’। ଏଥିରେ ନଜର ଆସିବେ ଅଭିନେତା ଜନ ଇବ୍ରାହିମ, ଆଦିତ୍ୟ ରୟ କପୁର। ଅନେକ ଦିନରୁ ଫିଲ୍ମ ନାୟିକା ଖୋଜା ଚାଲିଥିଲା। ରିପୋର୍ଟ ଅନୁସାରେ ନିର୍ଦ୍ଦେଶକଙ୍କ ଏବେ ଫିଲ୍ମ ପାଇଁ ନାୟିକା ମିଳି ଯାଇଛନ୍ତି।

ଫିଲ୍ମରେ ଜନ୍‌ଙ୍କ ନାୟିକା ଅଭିନେତ୍ରୀ ଦିଶା ପାଟନୀ ଓ ଆଦିତ୍ୟଙ୍କ ନାୟିକା ଅଭିନେତ୍ରୀ ତାରା ସୂତାରିଆ ହେବେ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବ। ୨୦୨୧ ଜୁାନୁଆରି ମାସରେ ଫିଲ୍ମଟି ରିଲିଜ ହେବ।

ମୋହିତ ସୂରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ। ଭୂଷଣ କୁମାର ଓ ଏକତା କପୁର ଏହି ଫିଲ୍ମକୁ ପ୍ରଡ୍ୟୁସ କରିବେ। ଏହାପୂର୍ବରୁ ମୋହିତ ସୂରୀ ସିଦ୍ଧାର୍ଥ ମଲହୋତ୍ରା ଓ ରିତେଶ ଦେଶମୁଖଙ୍କୁ ନେଇ ‘ଏକ ଭିଲେନ’ର ନିର୍ଦ୍ଦେଶନା ଦେଇଥିଲେ। ସେଥିରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିଥିଲା।

Comment