ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ନୟାପଲ୍ଲୀସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ରିସର୍ଚ୍ଚ ଫେଲୋ, ଫିଲ୍ଡ ଆସିଷ୍ଟାଣ୍ଟ ଓ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଆଦି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୧୮ରେ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ।

  • ବିଭିନ୍ନ ଷ୍ଟେଟ୍‌ ପ୍ଲାନ୍‌ ରିସର୍ଚ୍ଚ ପ୍ରୋଜେକ୍ଟ ଅଧୀନରେ ଏହି ନିଯୁକ୍ତି ଦିଆଯିବ।

ପଦବୀ ଓ ଦରମା:

  • ସିନିୟର ରିସର୍ଚ ଫେଲୋ- ୧୪,୦୦୦ ଟଙ୍କା
  • ଜୁନିୟର ରିସର୍ଚ ଫେଲୋ- ୧୨,୦୦୦ ଟଙ୍କା
  • ଫିଲ୍ଡ ଆସିଷ୍ଟାଣ୍ଟ- ୬୦୦୦ ଟଙ୍କା
  • ପ୍ରୋଜେକ୍ଟ ଆସିଷ୍ଟାଣ୍ଟ- ୬୦୦୦ ଟଙ୍କା

RPRC

ଆବେଦନ ପ୍ରକ୍ରିୟା– ପ୍ରାର୍ଥୀମାନେ ନିଜ ବାୟୋଡାଟାର ଦୁଇଟି କପି, ଶିକ୍ଷାଗତ ସାର୍ଟିଫିକେଟ୍‌ ସହ ନିମ୍ନଲିଖିତ ଠିକଣାରେ ପହଞ୍ଚିବେ।

ଠିକଣା– ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ନୟାପଲ୍ଲୀ, ଭୁବନେଶ୍ଵର-୭୫୧୦୧୫

ଇଣ୍ଟରଭ୍ୟୁ ସମୟ– ୨୦୨୦ ମାର୍ଚ୍ଚ ୧୮ ସକାଳ ୧୧ଟା

ଏହି ନିଯୁକ୍ତି ବିଷୟରେ ଅଧିକ ଜାଣିବା ପାଇଁ rprcbbsr.in ରେ ଲଗ୍‌ଇନ୍‌ କରନ୍ତୁ।

source – www.chakiri.plus

Comment