ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱର ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ସମାଜିକ ଦୂରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛି ବିଏମସି। ଯଥାଶୀଘ୍ର ବ୍ୟବସାୟୀଙ୍କୁ ୟୁନିଟ୍‌-୧ ହାଟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହାଟରେ ଭିଡ଼ ନିୟନ୍ତ୍ରଣ ନହେବାରୁ ଏହି ନିଷ୍ପତ୍ତି ନିଆଯାଇଛି। ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକଠାରୁ ରାଜମହଲ ଛକ ଭିତରେ ବସିବେ। ଏହାସହ ଅନ୍ୟ ବ୍ୟବାସାୟୀ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିବେ। ପ୍ରତ୍ୟେକ ବ୍ୟବସାୟୀ ପରସ୍ପରଠାର ୮ଫୁଟ ଦୂରତା ରକ୍ଷା କରିବେ। ସେହିଭଳି ଗ୍ରାହକମାନେ ଜିନିଷ କିଣିଲା ବେଳେ ପରସ୍ପରଠାରୁ ୩ଫୁଟ ଦୂରତା ରକ୍ଷା କରିବେ। ୪୫ ଦିନ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଏଠାରେ ବ୍ୟବସାୟ କରିବେ।

ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଅତ୍ୟାବଶ୍ୟକ ଜିନିଷ ଦୋକାନ ଖୋଲା ରହିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହାସହ କରୋନା ମୁକାବିଲା ପାଇଁ ସଭିଏଁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା।

Comment