ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକ୍‌ଡାଉନ ସମୟରେ ଯେଉଁ ସରକାରୀ କର୍ମଚାରୀମାନେ ଅଫିସ ଆସିବେ ସେମାନଙ୍କ ପାଇଁ ଦୁଇଟି କ୍ୟାଟାଗୋରି ତିଆରି କରିଛି ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କ୍ରିଟିକାଲ ଓ ଆଂଶିକ କ୍ରିଟିକାଲ ବର୍ଗ ତିଆରି କରାଯାଛି। କ୍ରିଟିକାଲ କ୍ୟାଟେଗୋରୀ ବର୍ଗରେ ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଆଂଶିକ କ୍ରିଟିକାଲ ବର୍ଗର ୧୦ ପ୍ରତିଶତ କର୍ମଚାରୀଙ୍କୁ ଅଫିସ ଆସି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କ୍ରିଟିକାଲ ବର୍ଗରେ ଗୃହ ଏବଂ ନଗର ଉନ୍ନୟନ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ସ୍ଵତନ୍ତ୍ର ରିଲିଫ ବିଭାଗ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଦି ରହିଛି। ସେହିଭଳି ଆଂଶିକ କ୍ରିଟିକାଲ ବର୍ଗରେ ଶକ୍ତି, ଅର୍ଥ, ରାଜସ୍ୱ ଓ ସୂଚନା ଲୋକ ସମ୍ପର୍କ ଭଳି ୧୨ଟି ବିଭାଗକୁ ରଖାଯାଇଛି।

ଏହାଛଡ଼ା ଏକ ନନ୍ କ୍ରିଟିକାଲ କ୍ୟାଟାଗୋରି ମଧ୍ୟ କରାଯାଇଛି। ଏଥିରେ କୃଷି, ଅବକାରୀ, ଆଇନ, ଶିଳ୍ପ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଭଳି ୨୩ ବିଭାଗ ବିଭାଗ ରହିଛି। ଏହି ବର୍ଗର ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି।

କରୋନା ଭାଇରସର ମୁକାବିଲ କରିବାକୁ ମାର୍ଚ୍ଚ ୨୯ତାରିଖ ଯାଏଁ ସାରା ରାଜ୍ୟକୁ ଲକ୍‌ଡାଉନ କରିଥିଲେ ଓଡ଼ିଶା ରାଜ୍ୟ ସରକାର। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨୧ ଦିନ ପାଇଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କିରଛନ୍ତି। ସମାଜିକ ସୁରକ୍ଷା ରକ୍ଷା କରିବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖି ଚକିତ୍ସା କରାଯାଉଛି।

Comment