ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନତଳେ ଜଣେ ୧୯ ବର୍ଷୀୟ ଯୁବକ ନିଜ ଲିଭରକୁ ତାଙ୍କ ବାପାଙ୍କୁ ଦାନ କରି ଚର୍ଚ୍ଚାକୁ ଆସିଥିଲେ। ଗୁରୁବାର ସେହି ଯୁବକଙ୍କୁ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଭୁବନେଶ୍ୱର ସମ୍ ହସ୍ପିଟାଲରେ କିଛି ଦିନ ତଳେ ରାଜ୍ୟର ପ୍ରଥମ ସଫଳ ଲିଭର ପ୍ରତିରୋପଣ କରାଯାଇଥିଲା। ଯେଉଁଥିରେ ବାଲେଶ୍ୱର ଜିଲ୍ଲାର ୧୯ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ନିଜ ଲିଭରର କିଛି ଅଂଶକୁ ତାଙ୍କ ବାପାଙ୍କୁ ଦାନ କରିଥିଲେ। ଯାହା ଫଳରେ ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡ଼ିତ ଥିବା ସୌମ୍ୟରଞ୍ଜନଙ୍କ ବାପା ଜୟନ୍ତ ବିଶ୍ୱାଳ ନୂଆ ଜୀବନ ପାଇପାରିଥିଲେ।

ଗୁରୁବାର ସୌମ୍ୟଙ୍କୁ ଚଣ୍ଡୀ ପ୍ରସାଦ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଦଶ ହଜାର ଟଙ୍କା ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହିତ ତାଙ୍କ ଭବିଷ୍ୟତର ସମସ୍ତ ପାଠ ପଢ଼ା ଖର୍ଚ୍ଚ ଟ୍ରଷ୍ଟର ଅଧ୍ୟକ୍ଷା ଅମୀୟ ବାଳା ପରିଡା ବହନ କରିବେ ବୋଲି ଘୋଷଣା କରିଛନ୍ତି।

କିଛି ଦିନ ତଳେ ନିଜ ପୁଅକୁ ଦୁର୍ଘଟଣାରେ ହରାଇଥିବା ଟ୍ରଷ୍ଟର ଅଧ୍ୟକ୍ଷା ଅମୀୟା ବାଳା ପରିଡ଼ା କହିଛନ୍ତି,“ ଯୁବସମାଜ ପାଇଁ ସୌମ୍ୟ ଏବେ ଆଦର୍ଶ ବନି ଯାଇଛି। ମୁଁ ମୋ  ମୃତ ପୁଅ ଗିରିଜାର ହସକୁ ଏବେ ସୌମ୍ୟର ଓଠରେ ଦେଖିବାକୁ ଚାହେଁ।”

Comment