ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ସୋମବାର ମୃତ୍ୟୁ ସଂଖ୍ୟା ୨୯ ଥିବା ବେଳେ ଆଜି ତାହା ବଢ଼ି ୩୨ରେ ପହଞ୍ଚିଛି। ଏପଟେ ପଶ୍ଚିମବଙ୍ଗରେ କରୋନା ଆଉ ଗୋଟେ ମୁଣ୍ଡ ନେଇଛି। ପୂର୍ବରୁ ପଶ୍ଚିମବଙ୍ଗରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଜି ପୁଣି ଜଣକର ଜୀବନ ଯାଇଛି।

ସେହିପରି ସୋମବାର ସନ୍ଧ୍ୟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୮ ଥିବା ବେଳେ ଆଜି ତାହା ବଢ଼ି ୧୨୫୩ରେ ପହଞ୍ଚିଛି। ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, କଶ୍ମୀର, ଗୁଜରାଟ ଆଦି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ମନରେ ଭୟ ଦେଖାଦେଇଛି। ଏପଟେ ଲକ୍‌ଡାଉନ୍‌ ଯୋଗୁଁ ବିଭିନ୍ନ ରାଜ୍ୟରେ ଲୋକେ ଫସି ରହିଛନ୍ତି।

Comment