ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିଲ୍ଲୀର ତବଲିଗି ଜମାତରେ ଯୋଗ ଦେବାକୁ ଯାଇଥିବା ଓ ସେଠାରୁ ଫେରି କରୋନା ଆକ୍ରାନ୍ତ ହୋଇଥିବା କିଛି ଜମାତୀ ଏବେ ଡେରାଡୁନର ଅନେକ ହସ୍ପିଟାଲରେ ଆଇସୋଲେସନରେ ଅଛନ୍ତି।

ତେବେ ଏଠି ବି ସେମାନେ ଉତ୍ପାତ ଆରମ୍ଭ କରିଦେଇଥିବା ଖବର ମିଳିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜମାତିମାନେ ଡାକ୍ତରମାନଙ୍କୁ ବିଭିନ୍ନ ପ୍ରକାର ଦାବି କରୁଛନ୍ତି। କିଛି ଆକ୍ରାନ୍ତ ରୋଗୀ ୨୫/୩୦ ରୁଟି ପର୍ଯ୍ୟନ୍ତ  ଖାଉଛନ୍ତି। ସାଧାରଣ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ୪ଟି ରୁଟି,ଡ଼ାଲି ଓ ସିଝା ତରକାରି ଦିଆଯାଇଥାଏ। ହେଲେ ଏହି ଜମାତିମାନେ ସେମାନଙ୍କୁ ଅଧିକ ରୁଟି ଦେବାକୁ ଦାବି କରୁଛନ୍ତି।

ଡୁନ ହସ୍ପିଟାଲରେ ପ୍ରାୟ ୨୮ ଜମାତୀ ଅଛନ୍ତି ଯେଉଁମାନଙ୍କ ଭିତରୁ ୫ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀମାନେ ହସ୍ପିଟାଲ କର୍ମଚାରୀଙ୍କୁ ଖରାପ ବ୍ୟବହାର ବି କରୁଛନ୍ତି ଯେଉଁଥିପାଇଁ ଡ୍ୟୁଟିରେ ଥିବା ଡାକ୍ତର ହରକତ ହେଉଥିବା ଅଭିଯୋଗ ହୋଇଛି।

ହସ୍ପିଟାଲ ସୂତ୍ର ଅନୁସାରେ ଦୁଇ ଦିନ ତଳେ ଜଣେ ରୋଗୀ ୱାର୍ଡର ବାରଣ୍ଡାରେ ଛେପ ପକାଇବା ଆରମ୍ଭ କରିଥିଲେ। ହସ୍ପିଟାଲ କର୍ମଚାରୀ ତାଙ୍କୁ ବୁଝାଇ ସୁଝାଇ ଏଥିରୁ ନିବୃତ୍ତ କରିଥିଲେ। ଖାଲି ସେତିକି ନୁହେଁ, ଜମାତୀମାନେ ପ୍ରତିଦିନ ନୂଆ ନୂଆ ଦାବି କରୁଛନ୍ତି। କପରେ ଚା ପିଇବାକୁ ମନା କରିବା ସହ ଫୁଲ୍ ଗିଲାସରେ ଚା ମାଗୁଛନ୍ତି। ଏହି ଖାଦ୍ୟ ଖାଇବୁ ନାହିଁ ସେହି ଖାଦ୍ୟ ଖାଇବୁ ନାହିଁ ବୋଲି କହିବା ସହିତ ନାନା ବାହାନା ମଧ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରପ୍ରଦେଶର ଅନ୍ୟ କିଛି ହସ୍ପିଟାଲରେ ଏହି ଜମାତୀମାନେ ଡାକ୍ତରଙ୍କ ପ୍ରତି ଅଭଦ୍ରାମି କରିବା,ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିବା ଓ ଉଲଗ୍ନ ହୋଇ ବାରଣ୍ଡାରେ ବୁଲିବା ଆଦି ଖବର ପ୍ରସାରିତ ହୋଇଥିଲା ଆଉ କିଛି ରୋଗୀ ବିରିୟାନି ନମିଳିବାରୁ ଡାକ୍ତରଙ୍କ ଉପରେ ହଙ୍ଗାମା କରିଥିଲେ।

Comment