ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସକୁ ନେଇ ମଙ୍ଗଳବାର ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିରେ କରୋନା ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହିତ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯାଇଛି।

ଓଡ଼ିଶାରେ କରୋନା

  • ଓଡ଼ିଶାରେ ୨୨୧୨ ନମୁନାରୁ ୪୨ ଜଣ କରୋନା ପଜିଟିଭ୍।
  • ରାଜ୍ୟରେ କରୋନା କାରଣରୁ ପ୍ରଥମ ବ୍ୟକ୍ତିଙ୍କର ମୃତ୍ୟୁ।
  • ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କଲେ।
  • ତାଙ୍କର ଅନ୍ତିମ ସଂସ୍କାର ରାଜ୍ୟ ସରକାରଙ୍କ ନିରୀକ୍ଷଣରେ ହେବ।
  • ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯।
  • ପ୍ରଥମ ଦୁଇ କରୋନା  ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
  • ୮୬ ଜଣ ବ୍ୟକ୍ତି ଆଇସୋଲେସନରେ ଅଛନ୍ତି।
  • ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୭ଟି ସ୍ୱତନ୍ତ୍ର କରୋନା ହସ୍ପିଟାଲ ଆରମ୍ଭ କରିଛନ୍ତି।
  • ଆଉ ୨୭ଟି ହସ୍ପିଟାଲ ଓ ଆଇସୋଲେସନ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।

 ବିଶ୍ୱ ଓ ଦେଶରେ କରୋନା ସ୍ଥିତି

  • ସାରା ବିଶ୍ୱରେ ୧୩,୪୯, ୮୮୯ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ।
  • ସେମାନଙ୍କ ମଧ୍ୟରୁ ୭୪ ହଜାର ୮୨୦ ଜଣ ଲୋକଙ୍କ ମୃତ୍ୟୁ।
  • ଭାରତରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୪୨୧।
  • ଭାରତରେ ମୋଟ ୧୧୪ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିସାରିଲେଣି।

ନୂଆ ହେଲ୍ପଲାଇନ୍ ନମ୍ବର

  • କରୋନା ପାଇଁ ନୂଆ ହେଲ୍ପଲାଇନ୍ ନମ୍ବର ଆଣିଲେ ରାଜ୍ୟ ସରକାର।
  • ଏଣିକି ୧୪୪୧୦ରେ କଲ୍ କରି ଲୋକମାନେ କରୋନା ସମ୍ପର୍କରେ ସୂଚନା ପାଇପାରିବେ।
  • ଗୁରୁବାର ସକାଳ ୧୧ଟାରୁ ଏହା କାର୍ଯ୍ୟକାରୀ ହେବ।
  • ଲୋକମାନେ କରୋନା ସମ୍ପର୍କରେ ଜାଣିପାରିବା ସହିତ ଡାକ୍ତରଙ୍କ ସହ କଥା ହୋଇପାରିବେ।
  • ପ୍ରତିଦିନ ୧୦୪ ହେଲ୍ପଲାଇନ୍ ନମ୍ବରକୁ ଆସୁଛି ୧୨ରୁ ୧୪ ହଜାର କଲ୍।

କେମିତି ପିନ୍ଧିବେ ମାସ୍କ ?

  • ଏପ୍ରିଲ ୯ ତାରିଖରୁ ରାଜ୍ୟର ସମସ୍ତ ଲୋକ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ମାସ୍କ ନପିନ୍ଧିଲେ ଆଇନ୍ ଅନୁଯାୟୀ ଦଣ୍ଡ ଭୋଗିବେ ଲୋକେ।
  • ଘରେ ନିଜେ କପଡ଼ାରେ ମାସ୍କ ତିଆରି କରି ପିନ୍ଧିପାରିବେ।
  • ମାସ୍କ ନଥିଲେ ଗାମୁଛା କିମ୍ବା ଶାଢ଼ୀକୁ ମୁହଁରେ ଦେଇପାରିବେ।
  • ମାସ୍କକୁ ଲୁଣ ପାଣି, ଗରମ ପାଣିରେ ପକାଇ ଏହାକୁ ୫ଘଣ୍ଟା ଖରାରେ ଶୁଖାଇ ପିନ୍ଧନ୍ତୁ।
  • ୨ ବର୍ଷରୁ କମ୍ ଶିଶୁ, ଶ୍ୱାସରୋଗୀ, ଅଚେତ ଲୋକଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ।

Comment