ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

 କରୋନା ସମୟରେ ଲୋକଙ୍କ ସେବା ଇଂଲଣ୍ଡରେ ଏକ ହସ୍ପିଟାଲରେ ଜଏନ୍‌ କଲେ ଭାରତୀୟ ବଂଶୋଦ୍ଭବ ମିସ୍‌ ଇଂଲଣ୍ଡ ଭାଷା ମୁଖାର୍ଜୀ। 

କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଏକତ୍ର କରିଛି। ଏହି କଠିନ ପରିସ୍ଥିତିରେ ସମସ୍ତେ ନିଜ ସାମର୍ଥ୍ୟରେ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ବୃଦ୍ଧି ପାଇଛି। ଅନେକ ଜଣାଶୁଣା ଚେହେରା ମଧ୍ୟ ଡାକ୍ତରଖାନାକୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ଏଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ୨୦୧୯ରେ ମିସ୍‌ ଇଂଲଣ୍ଡ ମୁକୁଟ ଜିତିଥିବା ଭାରତୀୟ ବଂଶୋଦ୍ଭବ ଭାଷା ମୁଖାର୍ଜୀ।

ଲୋକଙ୍କ ସେବା ପାଇଁ ଏବେ ଭାଷା ମିସ୍‌ ଇଂଲଣ୍ଡ କ୍ରାଉନ ଛାଡ଼ି ପୁଣି ଥରେ ଡାକ୍ତରୀ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଇଂଲଣ୍ଡର ଏକ ହସ୍ପିଟାଲରେ ଜଏନ୍‌ ମଧ୍ୟ କରିଛନ୍ତି।

corona

ମିସ୍ ଇଂଲଣ୍ଡ ହେବା ପୂର୍ବରୁ ଭାଷା ମୁଖାର୍ଜୀ ବୋଷ୍ଟନର ଏକ ହସ୍ପିଟାଲରେ ଡାକ୍ତର ଥିଲେ। ୨୦୧୯ ମସିହାରେ ମିଲ୍ ଇଂଲଣ୍ଡ ଟାଇଟଲ ଜିତିବା ପରେ ଭାଷା ଡାକ୍ତରୀ ବୃତ୍ତି ଛାଡ଼ି ଦେଇଥିଲେ।  କିନ୍ତୁ ଏବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲୋକଙ୍କ ସେବା କରିବାକୁ ପୁଣି ଡାକ୍ତର ପାଲଟିଛନ୍ତି।

ଭାଷା ନଟିଂହାମ୍ ବିଶ୍ୱବିଦ୍ୟାଳୟରୁ ମେଡିକାଲ ସାଇନ୍ସ ସହିତ ମେଡିସିନ୍ ଏବଂ ସର୍ଜରୀରେ ସ୍ନାତକ ହାସଲ କରିଛନ୍ତି। ସେ ପାଞ୍ଚଟି ଭାଷା, ହିନ୍ଦୀ, ଇଂରାଜୀ, ବଙ୍ଗଳା, ଜର୍ମାନ ଏବଂ ଫରାସୀ କହିପାରନ୍ତି। ଏବେ ମଡେଲିଂ ନୁହେଁ ଡାକ୍ତରଖାନା ହିଁ ଠିକ୍‌ ସ୍ଥାନ ବୋଲି କହିଛନ୍ତି ଭାଷା।

କୋଲକାତାରେ ଜନ୍ମିତ ଭାଷା ନଅ ବର୍ଷ ବୟସରେ ତାଙ୍କ ପିତାମାତାଙ୍କ ସହ ଇଂଲଣ୍ଡରେ ଯାଇଥିଲେ। ​​ ତା’ପରେ ତାଙ୍କ ପରିବାର ସେଠାରେ ବସବାସ କରିଥିଲେ।

Comment