ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା କାରଣରୁ ସାରା ଦେଶକୁ ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ଲକଡାଉନ୍ ଅବଧିକୁ ପୁଣିଥରେ ବୃଦ୍ଧି କରାଯାଇପାରେ। ବିରୋଧୀ ନେତାଙ୍କ ସହ ଆଲୋଚନା କାଳରେ ଏନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଗୁରୁବାର ଭିଡିଓ କନଫରେନ୍ସି ଜରିଆରେ ମୋଦୀ ସଂସଦର ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କରୋନା ଭାଇରସ୍ ବିରୋଧରେ ଏବେ ଲମ୍ବା ଲଢ଼େଇ ଲଢ଼ିବାକୁ ବାକି ଅଛି। ସମସ୍ତ ଦେଶବାସୀଙ୍କ ଜୀବନର ସୁରକ୍ଷା କରିବା ସରକାରର ପ୍ରଥମ କର୍ତ୍ତବ୍ୟ ବୋଲି ମୋଦୀ କହିଛନ୍ତି।corona awareness

ଏଥିସହ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଲକଡାଉନ୍ ଅବଧି ବଢ଼ିବ କି ନାହିଁ ସେନେଇ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଉ ଥରେ ଆଲୋଚନା କରିବେ। ଏହାପରେ ଯାଇ ନିଷ୍ପତ୍ତି ନିଆଯାଇପାରିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ହୋଇନାହିଁ। ଏଭଳି ପରିସ୍ଥିତିରେ ଯଦି ଏପ୍ରିଲ୍ ୧୪ରେ ଲକଡାଉନ୍ ଉଠିଯାଏ ତେବେ ଏଥିରେ ଆହୁରି ଅଧିକ ଲୋକ ସଂକ୍ରମିତ ହେବେ ବୋଲି କୁହାଯାଉଛି। ତେଣୁ ଦେଶରେ ଜାରି ରହିଥିବା ଲକଡାଉନ୍ ଅବଧିକୁ ବଢ଼ାଇବାକୁ ବିଚାର କରାଯାଉଥିବା ସୂଚନା ମିଳିଛି।

Comment