ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ଓ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ।

ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ:

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଡାଏଟ୍‌ରେ ପରିବର୍ତ୍ତନ କରନ୍ତୁ। ଖାଦ୍ୟରେ ଅଧିକ ସବୁଜ ପନିପରିବା, ଫଳ, ଶସ୍ୟଜାତୀୟ ଖାଦ୍ୟ, ମାଛ, ମାଂସ, ଛେନା ଓ ଚର୍ବିମୁକ୍ତ କ୍ଷୀରକୁ ସାମିଲ କରନ୍ତୁ।

ପୋଟାସିୟମ୍‌ଯୁକ୍ତ ଖାଦ୍ୟ ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍‌ କରିଥାଏ। କଦଳୀରେ ପ୍ରାୟ ୪୦୦ ମିଲିଗ୍ରାମ୍‌ରୁ ଅଧିକ ପୋଟାସିୟମ୍‌ର ମାତ୍ରା ରହିଛି। ଏଥିରେ ଭିଟାମିନ୍ ବି-୬, ଫାଇବର୍ ଓ ଭିଟାମିନ୍-ସି ମଧ୍ୟ ରହିଛି ଯାହା ଶରୀରକୁ ସୁସ୍ଥ ଓ ସତେଜ ରଖେ। ଆଭୋକାଡୋରେ ପୋଷକ ତତ୍ୱରେ ଭରପୂର। ଗୋଟିଏ ଆଭୋକାଡୋ ପ୍ରାୟ ୯୭୫ ମିଲିଗ୍ରାମ୍ ପୋଟାସିୟମ୍ ସହିତ ସମାନ।

ପାଳଙ୍ଗରେ ପୋଟାସିୟମ୍ ସହିତ ଭିଟାମିନ୍, ମିନେରାଲ୍ ବି ରହିଛି। ବିଟ୍‌ରେ ଅତ୍ୟଧିକ ମାତ୍ରରେ ପୋଟାସିୟମ୍ ରହିଛି। ଗୋଟିଏ କପ୍ ବିଟ୍ ରସରେ ପ୍ରାୟ ୫୧୮ ମିଲିଗ୍ରାମ୍ ପୋଟାସିୟମ୍ ଗୁଣ ରହିଛି, ଅର୍ଥାତ୍ ଶରୀର ପାଇଁ ଦୈନିକ ଆବଶ୍ୟକ ମାତ୍ରା ୧୧ ପ୍ରତିଶତ ଅଟେ। ଆଳୁରେ କଦଳୀଠାରୁ ଅଧିକ ପୋଟାସିୟମ୍‌ର ଉପାଦାନ ରହିଛି।  ସିଝା ଆଳୁରେ ୯୪୧ ମିଲିଗ୍ରାମ୍ ପୋଟାସିୟମ୍ ରହିଛି। ଏହା ଶରୀରର ଦୈନିକ ଆବଶ୍ୟକତାର ପ୍ରାୟ ୨୦ ଭାଗ ଅଟେ। କିନ୍ତୁ ସିଝା ଆଳୁକୁ ଟିକିଏ ଥଣ୍ଡା କରି ଖାଆନ୍ତୁ। କମଳାରେ ପୋଟାସିୟମ୍ ଓ ଭିଟାମିନ୍‌ର ସ୍ରୋତ ଅତ୍ୟଧିକ ପରିମାଣରେ ରହିଥାଏ। ଦହିରେ ପ୍ରାୟ ୨୨୦ ଗ୍ରାମ୍ ଦହି ୫୭୯ ମିଲିଗ୍ରାମ୍ ପୋଟାସିୟମ୍‌ଯୁକ୍ତ।

ଲୁଣର ମାତ୍ରା କମ୍‌ କରନ୍ତୁ:

୫୧ ବର୍ଷ ବୟସ ଓ ତା’ଠାରୁ ଅଧିକ ବୟସ ଲୋକଙ୍କୁ ନିମ୍ନ ସୋଡିୟମ୍‌ ସ୍ତର- ଦିନକୁ ୧,୫୦୦ମିଲିଗ୍ରାମ୍‌ ସୋଡିୟମ୍‌ ଊପଯୁକ୍ତ। ସୁସ୍ଥ ଲୋକମାନେ ୨,୩୦୦ ମିଲିଗ୍ରାମ୍‌ ସୋଡିୟମ୍‌ ବା ତା’ଠୁ କମ୍‌ ଲୁଣ ଖାଇପାରିବେ।

ଖାଦ୍ୟରେ ଯେତେ ସମ୍ଭବ ଲୁଣକୁ କମ୍‌ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇପାରିବେ।

ଓଜନ ସନ୍ତୁଳନ ରଖନ୍ତୁ:

ମେଦବହୁଳତା ନାନା ରୋଗର କାରଣ ହୋଇଥାଏ। ଯଦି ଆପଣ ଓଜନକୁ ନିୟନ୍ତ୍ରଣ ରଖିଛନ୍ତି ବା ଓଜନକୁ କମ୍‌ କରିଛନ୍ତି, ତେବେ ଆପଣଙ୍କୁ ରକ୍ତଚାପ ହ୍ରାସ ପାଇଥାଏ। ଯଦି ଆପଣଙ୍କ ଓଜନ ଅଧିକ ଏବଂ ଆପଣ ୨ରୁ ୩ ଗ୍ରାମ୍‌ କମାଇଛନ୍ତି, ତେବେ ଏହା ଉଚ୍ଚ ରକ୍ତଚାପକୁ ହ୍ରାସ କରିପାରେ।

ଶାରୀରିକ ପରିଶ୍ରମ ଅଧିକ କରନ୍ତୁ:

ନିୟମିତ ଶାରୀରିକ କାର୍ଯ୍ୟକଳାପ ଆପଣଙ୍କ ରକ୍ତଚାପକୁ ହ୍ରାସ କରିବାରେ, ଚାପକୁ ପରିଚାଳନା କରିବାରେ ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ହ୍ରାସ କରିବାରେ ଏବଂ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ସକାଳୁ ଚାଲିବା, ଯୋଗ, ଏରୋବିକ, ଯୁମ୍ବା ଭଳି ଏକ୍ସରସାଇଜ୍‌ କରନ୍ତୁ। ସପ୍ତାହରେ ଅତିକମ୍‌ରେ ଦୁଇଥର ମାଂସପେଶୀ (weight lifting) ପାଇଁ ସମୟ ଦିଅନ୍ତୁ।

ମଦ୍ୟପାନଠୁ ଦୂରେଇ ରହନ୍ତୁ:

ଅତ୍ୟଧିକ ମଦ୍ୟପାନ ରକ୍ତଚାପ ସ୍ତର ବଢ଼ାଇଥାଏ। ଯଦି ଗୋଟିଏ ଥରରେ ଆପଣ ଅଧିକ ମଦ ପିଉଛନ୍ତି, ତେବେ ରକ୍ତଚାପ ସାମୟିକ ଭାବେ ବୃଦ୍ଧି ପାଇଥାଏ। କିନ୍ତୁ, ବାରମ୍ବାର ମଦ୍ୟପାନ ଦ୍ୱାରା ରକ୍ତଚାପ ଦୀର୍ଘ ସମୟ ପାଇଁ ବୃଦ୍ଧି ପାଇଥାଏ। ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତି ଯଦି ଧୀରେ ଧୀରେ ମଦ ପିଇବା କମାଇବେ, ତେବେ ରକ୍ତଚାପର ସିଷ୍ଟୋଲିକ୍‌ ସ୍ତର ୨ରୁ ୪ ମିଲିମିଟର ମରକ୍ୟୁରୀ କମିଥାଏ ଓ ଡାଇଷ୍ଟୋଲିକ ସ୍ତର ୧ରୁ ୨ ମିଲିମିଟର ମରକ୍ୟୁରୀ କମିଥାଏ।

ଅତ୍ୟଧିକ ମଦ୍ୟପ ବ୍ୟକ୍ତି ଯଦି ସେମାନଙ୍କର ଉଚ୍ଚ ରକ୍ତଚାପକୁ କମାଇବାକୁ ଚାହୁଁଛନ୍ତି, ତେବେ ସେମାନେ ମଦ୍ୟପାନ କରିବା ଧୀରେ ଧୀରେ କମାଇବା ଉଚିତ୍‌। ଗୋଟିଏରୁ ଦୁଇ ସପ୍ତାହ ପରେ ସେମାନେ ମଦର ମାତ୍ରା କମ୍‌ କରିବାକୁ ହେବ। ହେଲେ ଅତ୍ୟଧିକ ମଦ୍ୟପ ବ୍ୟକ୍ତି ଯଦି ହଠାତ୍‌ ମଦ୍ୟପାନ କରିବା ବନ୍ଦ କରନ୍ତି, ତେବେ ତାଙ୍କଠାରେ ସିଭିୟର ହାଇପରଟେନ୍‌ସନ୍‌ ବା ସିଭିୟର ଉଚ୍ଚରକ୍ତଚାପ ଦେଖାଦେଇଥାଏ।

ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଅଛି, ତେବେ ମଦ ପିଇବା ଛାଡ଼ି ଦିଅନ୍ତୁ ବା ମଦ ପିଇବା କମ୍‌ କରନ୍ତୁ।

ମନେ ରଖନ୍ତୁ ଯେ, ମଦରେ କ୍ୟାଲୋରୀ ଥାଏ, ଯାହା ଓଜନ ବୃଦ୍ଧି କରିଥାଏ ଏବଂ ଅତ୍ୟଧିକ ଓଜନ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ।

ଧୂମପାନ କରନ୍ତୁ ନାହିଁ:

ଧୂମପାନ ରକ୍ତନଳୀ କାନ୍ଥକୁ ଆଘାତ କରେ ଏବଂ ଧମନୀକୁ ଟାଣ କରିଦିଏ। ଯଦି ଆପଣ ଧୂମପାନ କରୁଛନ୍ତ, ତେବେ ଛାଡ଼ିବାକୁ ଚେଷ୍ଟା କରନ୍ତୁ।

ଷ୍ଟ୍ରେସ୍‌ ନିଅନ୍ତୁ ନାହିଁ:

ଚାପକୁ ଯଥାସମ୍ଭବ ହ୍ରାସ କରନ୍ତୁ। ନିୟମିତ ଶାରୀରିକ କାର୍ଯ୍ୟକଳାପ ଓ ୮ରୁ ୯ ଘଣ୍ଟା ଶୁଅନ୍ତୁ। ଯେତେସମ୍ଭବ ଚିନ୍ତା, ଚାପରୁ ଦୂରେଇବାକୁ ଚେଷ୍ଟା କରନ୍ତୁ।

ଗଭୀର ନିଶ୍ଵାସ ନିଅନ୍ତୁ:

ପ୍ରତିଦିନ ଧୀର ଓ ଗଭୀର ନିଶ୍ଵାସ ନେବା ଅଭ୍ୟାସ କରନ୍ତୁ। ସବୁବେଳେ ନିଜକୁ ଚିନ୍ତାମୁକ୍ତ, ଖୁସୀ ରଖିବାକୁ ଚେଷ୍ଟା କରନ୍ତୁ।

Comment