ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦିନରେ 5G ଟେକ୍ନୋଲୋଜି ଲଞ୍ଚ ହେବାକୁ ଯାଉଛି। ଭାରତରେ ଏଯାଏଁ 5G ଟେକ୍ନୋଲୋଜି ଲଞ୍ଚ ହୋଇନଥିଲେ ସୁଦ୍ଧା ଏବେଠାରୁ 5G ମୋବାଇଲ ବିକ୍ରି ଆରମ୍ଭ ହୋଇ ଗଲାଣି। 4G ମୋବାଇଲ ଫୋନ ଅପେକ୍ଷା 5G ମୋବାଇଲରେ ଅପେକ୍ଷାକୃତ ଇଣ୍ଟରନେଟ୍ ସ୍ପିଡ ଅଧିକ ରହିବ। 5G ଟେକ୍ନୋଲୋଜି ଯୋଗୁଁ ଆମେ ଏବେ ଟେକ୍ନୋଲୋଜି ଦୁନିଆରେ ଆଉ ପାଦେ ଆଗେଇବାକୁ ଯାଉଛୁ। ୨୦୨୧ ସୁଦ୍ଧା ଭାରତରେ 5G ଟେକ୍ନୋଲୋଜି ଟେକ୍ନୋଲୋଜି ଲଞ୍ଚ ହେବା ନେଇ ଆକଳନ କରାଯାଉଛି। ତେବେ ଏହି ସମୟରେ ଯଦି ଆପଣ ନୂଆ 5G ଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଏହି ୫ଟି 5G ମୋବାଇଲ ଫୋନ କିଣିବାକୁ ଆପଣ ବିଚାର କରି ପାରନ୍ତି।

ସାମ୍‌ସଙ୍ଗ ଗାଲାକ୍ସି S20

ସାମ୍‌ସଙ୍ଗ କମ୍ପାନିର ଏହା ପ୍ରଥମ 5G ମୋବାଇଲ ଫୋନ। ଏଥିରେ X55ର ମଡେମ୍ ରହିଛି। ଏହାସହ ଏଥିରେ ସ୍ନାପ ଡ୍ରାଗନ ଅଲ୍ଟ୍ରା ଚିପ୍‌ସେଟ ରହିଛି। ଏହି ଫୋନରେ ଏକ୍ସିନସ୍ ପ୍ରୋସେସର ସହ MM ଓ୍ଵେଭ୍ ସପୋର୍ଟ ରହିଛି। ଏହାର ୩ଟି ଭାରିଏଣ୍ଟ ରହିଛି। ଗୋଟିଏ ହେଉଛି ଗାଲାକ୍ସି S20, ଗାଲାକ୍ସି S20 ପ୍ଲସ ଓ ଗାଲାକ୍ସି S20 ଅଲ୍‌ଟ୍ରା। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୬୫ହଜାର ଟଙ୍କା।

 ସାଓମି ଏମ୍ଆଇ 10 ପ୍ରୋ’

ସାଓମି କମ୍ପାନିର ଏହା ପ୍ରଥମ ସ୍ନାପଡ୍ରାଗନ୍ ଫୋନ। 5G ସପୋର୍ଟ ସହ ଏଥିରେ ୬.୬୭ ଇଞ୍ଚ୍‌ର ଆମୋଲ୍‌ଡ ସ୍କ୍ରିନ ରହିଛି। ଏହାସହ ଏଥିରେ LPDDR5ର ରାମ୍‌ ରହିଛି। ଫଳରେ ଏହି ଫୋନ୍‌ରେ ଇଣ୍ଟରନେଟ ସ୍ପିଡ୍ ଅଧିକା ରହିବ। ଏହାଛଡ଼ା ଏଥିରେ ୧୦୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ରହିବ। କ୍ୟାମେରାରେ ପଞ୍ଚ ହୋଲ ଫ୍ୟାସିଲିଟି ରହିଛି। ଏହି ଫୋନ୍‌ର ଦୁଇଟି ଭାରଆଣ୍ଟ ରହିଛି। ଗୋଟିଏ ହେଉଛି ସାଓମି 10 ଓ ଅନ୍ୟ ଗୋଟିଏ ହେଉଛି ସାଓମି 10 ପ୍ରୋ।

iQOO3

ମୋବାଇଲ ଦୁନିଆରେ ଏହା ଏକ ନୂଆ କମ୍ପାନି। ତେବେ iQOO ନୂଆ କରି ଲଞ୍ଚ ହୋଇଥିଲେ ସୁଦ୍ଧା 5G ସପୋର୍ଟ ମୋବାଇଲ ବାହାର କରିଛି। ଏଥିରେ X55 ମୋଡେମ୍ ରହିଛି। ପଞ୍ଚ ହୋଲ ସେଟ୍‌ଅପ ସହ ଏଥିରେ କ୍ଵାଡକୋର୍ ପ୍ରୋସେସର ରହିଛି। ଏହାସହ ୬୪ ମେଗା ପିକ୍ସେଲର ପାଇମେରି କ୍ୟାମେରା ରହିଛି।

ରିୟଲମି X50

ଏହି ମୋବାଇଲ ଲଞ୍ଚ ହେବା ନେଇ ଜାନୁଆରି ୭ତାରିଖରେ କମ୍ପନି ଘୋଷଣା କରିଥିଲା। ଏଥିରେ 5G ସପୋର୍ଟ ସହ ଅକ୍ଟାକୋର ପ୍ରୋସେସର ରହିଛି। ଏଥିରେ ପଞ୍ଚ ହୋଲ କ୍ୟାମେରା ସିଷ୍ଟମ ମଧ୍ୟ ରହିଛି। ଏହାସହ ଏଥିରେ ଫିଙ୍ଗର ପ୍ରିଣ୍ଟ ରିଡର ରହିଛି। ଏହି ମୋବାଇଲରେ ଏଚ୍‌ଡି କ୍ୟାମେରା ରହିଛି।

ଅପ୍ପୋ ରେନୋ 3

ଅପ୍ପୋ ରେନୋ 3ରେ 5G ସପୋର୍ଟ ରହିଛି। ପ୍ରୋ ଭାରିଆଣ୍ଟ ସ୍ନାପଡ୍ରାଗନ୍ 765G ଏହା ପରିଚାଳିତ ହେଉଛି। ଏଥିରେ ଆଣ୍ଡ୍ରଏଡ ୧୦ ସପୋର୍ଟ ରହିଛି। ଏହି ମୋବାଇଲରେ ୬୪ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ରହିଛି। ଏହି ମୋବାଇଲର ଦୁଇଟି ଭାରିଆଣ୍ଟ ରହିଛି। ଗୋଟିଏ ହେଉଛି ଅପ୍ପୋ ରେନୋ 3 ଓ ଆଉ ଗୋଟିଏ ହେଉଛି ଅପ୍ପୋ ରେନୋ 3 ପ୍ରୋ।

Comment