ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକା ସମାଜରେ ମୋବାଇଲ ଫୋନ୍‌ ଲୋକଙ୍କର ଏକ ଆବଶ୍ୟକତା ହୋଇଗଲାଣି। ଲୋକେ ଭାବୁଛନ୍ତି କି ମୋବାଇଲ ବିନା ଯେମିତି ଯୋଗାଯୋଗର ମାଧ୍ୟମ ଆଉ କିଛି ନାହିଁ।

ବଜାରକୁ ଅନେକ ବ୍ରାଣ୍ଡର ମୋବାଇଲ ଆସୁଛି। ଲୋକଙ୍କ ଆବଶ୍ୟକତା ଓ ପସନ୍ଦକୁ ଦୃଷ୍ଟିରେ ରଖି କମ୍ପାନିମାନେ ମୋବାଇଲ ଫିଚରରେ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ଯେତେବେଳେ ମୋବାଇଲ୍‌ ଖରାପ ହୋଇଯାଇଥାଏ ଲୋକେ ସର୍ଭିସ ସେଣ୍ଟରକୁ ନଯାଇ ଲୋକାଲ ଇଲେକଟ୍ରୋନିକ୍ସ ଦୋକାନରେ ମୋବାଇଲ ସଜାଡ଼ିଥାନ୍ତି।

ଅନେକ ଲୋକ ଭାବିଥାନ୍ତି କି ସର୍ଭିସ ସେଣ୍ଟର ଗଲେ ଅଧିକ ଟଙ୍କା ଖର୍ଚ୍ଚ ହେବ, ଅଧିକ ଟାଇମ ଲାଗିବ। ଯେଉଁଥିପାଇଁ ସେମାନେ ଲୋକାଲ ଇଲେକଟ୍ରୋନିକ୍ସ ଦୋକାନକୁ ଯିବାକୁ ପସନ୍ଦ କରିଥାନ୍ତି।

ତେବେ ମୋବାଇଲ କମ୍ପାନି ତରଫରୁ କୁହାଯାଇଛି କି ସର୍ଭିସ ସେଣ୍ଟରରେ ହିଁ ଠିକ୍‌ କରାଇବା ଭଲ। କାରଣ ସର୍ଭିସ ସେଣ୍ଟରେ ଟ୍ରେଣ୍ଡ ଲୋକ ଏବଂ ଅରିଜିନାଲ ପାଟ୍‌ସ ମିଳିଥାଏ। ଯେଉଁଥିପାଇଁ ମୋବାଇଲ ବାରମ୍ବାର ଖରାପ ହେବାର ଭୟ କମ୍ ଥାଏ।

ଲୋକାଲ ଇଲେକଟ୍ରୋନିକ୍ସ ଦୋକାନରେ ମୋବାଇଲ ସଜାଡିଲେ କମ୍‌ ଟଙ୍କାରେ ହୋଇଯାଇପାରେ ମାତ୍ର ତାହା ସ୍ଥାୟୀ ସମାଧାନ ନୁହଁ। ଅନେକ ସମୟରେ ଗୋଟିଏ ବ୍ରାଣ୍ଡର ଫୋନ୍‌ ମାତ୍ର ଅଲଗା ବ୍ରାଣ୍ଡର ପାର୍ଟ୍ସ ଲାଗିଥାଏ। ଯେଉଁଥିପାଇଁ ବାରମ୍ବାର ଫୋନ ଖରାପ ହେବାର ଆଶଙ୍କା ଅଧିକ ଥାଏ।

ଏକ ରିପୋର୍ଟରେ କୁହାଯାଇଛି କି ଅନେକ ସମୟରେ ଲୋକାଲ ଦୋକାନୀ ଆପଣଙ୍କ କିବୋର୍ଡର ଇନପୁଟକୁ ଯାଇ ଆପଣଙ୍କ ଫୋନର ଅପରେଟିଂ ସିଷ୍ଟମକୁ ଖରାପ କରିଦେଇଥାନ୍ତି। କେବଳ ଏତିକି ନୁହଁ ଅନେକ ସମୟରେ ସେମାନେ ମୋବାଇଲରେ ଏମିତି ଏକ ଭାଇରସ୍‌ ରଖିଦେଇଥାନ୍ତି ଯାହା ଆପଣଙ୍କ ମୋବାଇଲରେ ଥିବା ଡାଟା ସହ କଥାକୁ ବି ରେକର୍ଡ କରିଥାଏ। ତେଣୁ ଯଦି ଆପଣ ନିଜ ଫୋନକୁ ଲୋକାଲ ଇଲେକଟ୍ରୋନିକ୍ସ ଦୋକାନରେ ସଜାଡୁଛନ୍ତି ତେବେ ଟିକେ ସାବଧାନ ହୋଇଯାଆନ୍ତୁ।

Comment