ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସ୍ତ୍ରୀକୁ ଦୁଷ୍କର୍ମ କରାଯାଉଥିବା ବେଳେ ସ୍ୱାମୀ ମୋବାଇଲରେ ଭିଡିଓ ସୁଟିଂ କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏନେଇ ମହିଳା ଜଣକ ଥାନାରେ ଏତଲା ଦେବା ପରେ ପୋଲିସ ତାଙ୍କ ସ୍ୱାମୀ ଏବଂ ବନ୍ଧୁଙ୍କୁ ଅଟକ ରଖିଛି।

ଆଜି କରଞ୍ଜିଆ ଥାନା ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ସ୍ୱାମୀଙ୍କ ବନ୍ଧୁଙ୍କ ସହ କାମକୁ ଯାଉଥିଲେ। ବାଟରେ କିନ୍ତୁ ସ୍ୱାମୀ ଏବଂ ତାଙ୍କ ବନ୍ଧୁ ହାଣ୍ଡିଆ ପିଇଥିଲେ।

ଏହି ସମୟରେ ମହିଳା ଜଣକ ଶୌଚ ହେବା ପାଇଁ ନିକଟସ୍ଥ ନଦୀକୁ ଯାଇଥିଲେ। ହେଲେ ନିଶାସକ୍ତ ବନ୍ଧୁ ଜଣକ ମହିଳାଙ୍କୁ ନଦୀ ପଠାରେ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ।

ସ୍ୱାମୀଙ୍କ ଆଗରେ ଏସବୁ ଘଟୁଥିଲେ ମଧ୍ୟ ସେ ପ୍ରତିବାଦ କରିବା ବଦଳରେ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ।

ପାଟି ଶୁଣି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଘସିପୁରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଥିବା ବେଳେ ତାଙ୍କ ସ୍ୱାମୀ ଏବଂ ବନ୍ଧୁଙ୍କୁ ଥାନାରେ ଅଟକ ରଖିଥିଲା।

Comment