ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସୁନ୍ଦରଗଡ଼ରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ୬୭ ବର୍ଷୀୟ ବୃଦ୍ଧ ହୋଇଥିବା ଆଉ ଜଣେ ୧୮ ବର୍ଷୀୟ ଯୁବକ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬୭ ବର୍ଷୀୟ ବୃଦ୍ଧ ଜଣକ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀରୁ ଫେରିଥିବା ବେଳେ ଯୁବକ ଜଣଙ୍କ ତାଙ୍କ ସଂସ୍ପର୍ଶରେ ଆସିଥିଲେ।

ଗତ ମାର୍ଚ୍ଚ ୫ ତାରିଖରେ ବୃଦ୍ଧ ଜଣକ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସ୍‌(୧୮୪୭୭)ରେ ଦିଲ୍ଲୀ ଯାଇଥିଲେ। ୬ରୁ ୧୦ ମାର୍ଚ୍ଚ ଯାଏଁ ସେ ଦିଲ୍ଲୀରେ ରହିଥିଲେ ଏବଂ ନିଜାମୁଦ୍ଦିନ ଯାଇଥିଲେ। ନିଜାମୁଦ୍ଦିନରୁ ବଳାସପୁର ସମ୍ପର୍କ କ୍ରାନ୍ତି (ସିଟ୍‌ ନମ୍ବର s4 49) ରେ ୧୦ ମାର୍ଚ୍ଚରେ ବାହାରିଥିଲେ। ବିଳସପୁରରୁ ସେ ଆଉ ଏକ ଟ୍ରେନ୍ ଧରିଥିଲେ। ଟ୍ରେନ୍‌ ନମ୍ବର ୧୭୦୦୭, ସିଟ୍‌ ନମ୍ବର s5 25 ରେ ରାଉରକେଲାରେ ୧୧ ମାର୍ଚ୍ଚରେ ପହଞ୍ଚିଥିଲେ। ସେଠାରୁ ସେ ଅଟୋ ଧରି ବିଶ୍ରା ଆସିଥିଲେ।

corona୧୨ ମାର୍ଚ୍ଚରୁ ୨ ଏପ୍ରିଲ ଯାଏଁ ସେ ହୋମ କ୍ୱାରେଣ୍ଟାଇନରେ ରହିଥିଲେ। ୨ରେ ସେ ରାଉରକେଲା ଆସି ହସ୍ପିଟାଲରେ ୧୧ ତାରିଖ ଯାଏଁ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏହି ସମୟରେ ତାଙ୍କ ନମୁନା ସଂଗ୍ରହ ହୋଇଥିଲା ଏବଂ ୧୧ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ବୃଦ୍ଧଙ୍କ ସଂସ୍ପର୍ଶରେ ୧୦ ମାର୍ଚ୍ଚରେ ଜଣେ ଯୁବକ ଆସିଥିଲେ। ଏହି ଦିନ ଜୟପୁର ଚାରିନଙ୍ଗଲରୁ ସେ ବସ୍‌ରେ ରାଉରକେଲା ଆସିଥିଲେ। ୧୧ ମାର୍ଚ୍ଚରେ ରାଉରକେଲାରୁ ସେ ଅଟୋ ଧରି ବିଶ୍ରା ଆସିଥିଲେ। ୧୧ରୁ ୨୦ ମାର୍ଚ୍ଚ ଯାଏଁ ଏହି ଯୁବକ ଅସିୟାନା ମସ୍‌ଜିଦ୍‌ରେ ରହିଥିଲେ। ପୁଣି ୧୪ ମାର୍ଚ୍ଚରୁ ୫ ଏପ୍ରିଲ ଭିତରେ ସେ ସୁନ୍ଦର ଗାଁ ବନର ମସ୍‌ଜିଦ ନିକଟରେ ରହିଥିଲେ। ୫ ତାରିଖରୁ ୧୧ ଯାଏଁ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ରାଉରକେଲା କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Comment