ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅସଲମ ଖାନ୍‌। ରାମାୟଣରେ କେତେବେଳେ ଅସୁର ତ ପୁଣି କେତେବେଳେ ୠଷି, ଆଉ କେତେବେଳେ ଗୁପ୍ତଚର ଭୂମିକାରେ ନଜର ଆସିଥିଲେ।

ଲକଡାଉନ ସମୟରେ ଲୋକେ ଘରେ ବସି ବୋର ନହୁଅନ୍ତୁ ସେଥିପାଇଁ ଦୂରଦର୍ଶନରେ ପୁଣି ‘ରାମାୟଣ, ‘ମହାଭାରତ ଭଳି ସିରିଏଲକୁ ପୁନଃପ୍ରସାରଣ କରାଯାଉଛି। ଏହି ପୁରୁଣା ସିରିଏଲକୁ ଦର୍ଶକ ଆଜି ବି ପସନ୍ଦ କରୁଛନ୍ତି। କେବଳ ଏହି ସିରିଏଲ ମନୋରଞ୍ଜନ ଯୋଗାଉଛି ତାହା ନୁହେଁ ଅନେକ ପୁରୁଣା ସ୍ମୃତିକୁ ବି ଏହା ତାଜା କରିଛି।

ଲୋକଙ୍କର ନଜର ସିରିଏଲରେ ପ୍ରତ୍ୟେକ ଚରିତ୍ର ଉପରକୁ ଯାଉଛି। ସବୁଠୁ ଖାସ କଥା ‘ରାମାୟଣ’ରେ ଏମିତି ଜଣେ କଳାକାର ଥିଲେ ଯିଏ ଏକା ଅନେକ ଚରିତ୍ରରେ ଅଭିନୟ କରିଥିଲେ। ଏହି ଅଭିନେତାଙ୍କ ନାମ ଅସଲମ ଖାନ। ଅସଲମ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ‘ରାମାୟଣରେ କେତେବେଳେ ୠଷି ମୁନି ତ କେତେବେଳେ କେବେ ଗୁପ୍ତଚର, କେତେବେଳେ ବାନରସେନା ଭାବେ ଅଭିନୟ କରିଥିଲେ। ଏହାବ୍ୟତୀତ ସେ ରାଜାଙ୍କ ସେନା ବାହାନୀଙ୍କଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ଚରିତ୍ରରେ ଅସଲମ୍ ଅଭିନୟ କରିଥିଲେ।

”ରାମାୟଣ’ର ପୁନଃପ୍ରସାରଣ ହେବା ପରେ ଅସଲମଙ୍କ ପୁଅ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଅସଲମଙ୍କ ପୁଅ ସୋ’ ସହ ଜଡିତ ଅନେକ ଫଟୋ ସେୟାର କରି ଲେଖିଥିଲେ,‘‘’ମୁଁ ବହୁତ ଗର୍ବିତ ଯେ ରାମାୟଣ ପୁଣିଥରେ ପ୍ରସାରିତ ହେଉଛି। ଏହି ସୋ’ରେ ମୋ ବାପା ଅସଲମ୍ ଖାନ୍ ଅନେକ ଅନେକ ଭୂମିକା ଗ୍ରହଣ କରିଥିଲେ।’’

ସୋସିଆଲ ମିଡିଆରେ ପୋଷ୍ଟ ପରେ ଲୋକେ ସିରିଏଲରେ ଅସଲମଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ। ଜାଣିବାକୁ ପାଇଲେ ଯେ ସେ ରାମାୟଣରେ ଅନେକ ଚରିତ୍ରରେ ଅଭିନୟ କରିଥିଲେ।

ଅସଲାମ କେବଳ ରାମାୟଣରେ ନୁହେଁ, ‘ବିକ୍ରମ ବେଟାଲ’, ‘କୃଷ୍ଣ’ ଭଳି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ୟେ ହଓ୍ୱାଏଁ’ ସିରିଏଲରେ ଦେଖିବାକୁ ମିଳିଥିଲା। ଏହି ସିରିଏଲରେ ସେ ଜଣେ ଭିଲେନ୍ ହୋଇଥିଲେ।

Comment