ଓଡ଼ିଶାଲାଇଭ୍‌ ବ୍ୟୁରୋ

corona virus 1କରୋନା ଏବେ ସାରା ଦେଶରେ ଚିନ୍ତା ବଢ଼ାଇଛି। ଦିନ ଯେତିକି ଗଡୁଛି ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସେହି ହାରରେ ବଢ଼ି ଚାଲିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବର୍ତ୍ତମାନସୁଦ୍ଧା କରୋନା ଭାଇରସ୍‌ ୪୨୦ ଲୋକଙ୍କର ଜୀବନ ନେଲାଣି। ଗତକାଲି ରାତି ସୁଦ୍ଧା ୩୯୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ତାହା ବଢ଼ି ୪୨୦ରେ ପହଞ୍ଚିଛି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବି କିଛି କମ୍‌ ନାହିଁ। ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୭୦୦ ଟପିଥିବା ମନ୍ତ୍ରାଳୟ ସୂଚନା ଦେଇଛି।

coronaଗତ ୨୪ ଘଣ୍ଟା ଭିତରେ ୧୭ଟି ନୂଆ କେସ୍‌ ସାମ୍ନାକୁ ଆସିଛି। ହେଲେ ମୁମ୍ବାଇ ଏବଂ ଇନ୍ଦୋରରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ବର୍ତ୍ତମାନସୁଦ୍ଧା ୧୫୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସେହିପରି ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ଜରୁରୀ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏହାସହ ସର୍ବସାଧାରଣ ସ୍ଥାନରେ ପାନଛେପ ପକାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

Comment